କୋଇଲା ଖଣି ଚୋରି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ନେତ୍ରୀ କୁସୁମ ଟେଟେ

0

ସୁନ୍ଦରଗଡ଼ : କୋଇଲା ଖଣି ଚୋରିରେ ବିଜେଡ଼ି କର୍ମୀଙ୍କ ସମ୍ପୃକ୍ତି ଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି । ଖଣି ଚୋରି ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ କୁସୁମ ଟେଟେ। ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ଗୋପାଳପୁର ରେଞ୍ଜ କୋଇଲା ଖଣି ଚୋରି ମାମଲାରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି କୁସୁମ ଟେଟେ ।

ସୁନ୍ଦରଗଡ଼ ହେମଗିରି ବ୍ଲକ୍ ଗୋପାଳପୁର ରେଞ୍ଜରେ କୁଲାପୁଡ଼ା ଏବଂ ତେଲଣ୍ଡିହି ଅଞ୍ଜଳରେ ବର୍ଷ ବର୍ଷ ଧରି କୋଇଲା ଚୋରି ହେଉଛି । ଜଙ୍ଗଲ ଭିତର ୩୦ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ୧୦୦ରୁ ଅଧିକ କୋଇଲା ଖଣି ଓ ୪୦ ଟି କୋଇଲା ଷ୍ଟକ୍ କରି ଚୋରି କରୁଥିଲେ । ବିପୁଳ ପରିମାଣରେ ଚୋରି କରି କୋଇଲାକୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ ସହିତ ମଧ୍ୟ ପ୍ରଦେଶକୁ ଚାଲାଣ କରାଯାଉଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ଘଟଣାରେ ବଡ଼ ବଡ଼ ମାଫିଆ ଓ କିଛି ବରିଷ୍ଠ ରାଜନେତା ଓ ସରକାରୀ ଅଧିକାରୀ ସାମିଲ ଥିବାରୁ ଏ ନେଇ କୁସୁମ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଏହି ଖବର ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲା ବୋଲି ସେ କହିଛନ୍ତି । କିନ୍ତୁ ଖାଲି ମାମଲା ରୁଜୁ ହୋଇଥିବାବେଳେ ମାମଲାରେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ସେ ନିଜେ ତାଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିବେ ବୋଲି ସୂଚନା ଦେଇଛି କୁସୁମ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତ ସାରି ଫେରିବା ପରେ ତାଙ୍କ ସହିତ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବେ । ତେବେ କୋଇଲା ଖଣି ଚୋରି ଖବର ସାମ୍ନାକୁ ଆସିବା ପରେ ମାମଲା ରୁଜୁ ହୋଇଥିବା ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି ।

 

Leave A Reply

Your email address will not be published.