ବିଦ୍ୟୁତ ଆଘାତରେ ମା’ପୁଅଙ୍କ ମୃତ୍ୟୁ

0

ଭବାନୀପାଟଣା : ବିଦ୍ୟୁତ ଆଘାତରେ ମା’ପୁଅଙ୍କ ମୃତ୍ୟୁ । ଲୁଗା ଶୁଖାଇବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ ମା’ । ଏହି ସମୟରେ ମା’କୁ ବଞ୍ଚାଇବାକୁ ଯାଇ ୩୦ ବର୍ଷୀୟ ପୁଅ ର ମଧ୍ୟ ମୃତ୍ୟୁ ଘଟିଛି । ଏପରି ଅଘଟଣ ଘଟିଛି ମଦନପୁର,ରାମପୁର ଥାନା ଟୁର୍ଚ୍ଚି ଗାଁ ରେ ।

ସୂଚନାନୁସାରେ,ମଙ୍ଗଳବାର ସକାଳ ୯ ଟା ସମୟରେ ଭବାନୀପାଟଣା ଦାଲଗାଁ ରାମପୁର ପଞ୍ଚାୟତ ଟୁର୍ଚ୍ଚି ଗାଁର ମଗସିର ସୁନାଙ୍କ ସ୍ତ୍ରୀ ସୁନାଫୁଲ (୬୨)ବର୍ଷ ଲୁଗା ଶୁଖାଇବାକୁ ଯାଇଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଏହା ଦେଖି ତାଙ୍କ ୩୦ ବର୍ଷୀୟ ପୁଅ ରବି ସୁନା (୩୦) ମଧ୍ୟ ଯାଇ ବିଦ୍ୟୁତ୍‌ ଆଘାତର ଶିକାର ହେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ମା’ପୁଅଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ଗ୍ରାମବାସୀ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.