ଭୁବନେଶ୍ୱର : ରାଜଧାନୀରୁ ଅପହୃତ ହୋଇଥିବା ୮ ବର୍ଷର ସ୍କୁଲ ଛାତ୍ର ଉଦ୍ଧାର । ୩ ଟି ପୋଲିସ ଟିମର ତ୍ୱରିତ ପଦକ୍ଷେପ ଫଳରେ ଏୟାର ଫିଲଡ ଥାନା ପାଞ୍ଚଗାଁ ନିକଟରୁ ପିଲାଟିକୁ ଉଦ୍ଧାର କରାଯାଇଛି । ସ୍କୁଲରୁ ଫେରିବା ବାଟରେ ପିଲାଟି ମୁଣ୍ଡରେ ବନ୍ଧୁକ ଲଗାଇ ଏକ କଳା କାରରେ ଦୁର୍ବୁତ୍ତ ମାନେ ଅପହରଣ କରିନେଇଥିଲେ । ଏହାପରେ ପିଲାଟିର ମୁଣ୍ଡ ଜାମିନ ରଖି ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ । ଏନେଇ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଆଜି ସୁରକ୍ଷିତ ଭାବରେ ପିଲାଟିକୁ ଉଦ୍ଧାର କରିଛି ପୋଲିସ ।