ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି ପରିସ୍ଥିତିରେ ବିଦ୍ୟୁତ କାଟ ନକରିବାକୁ ନିର୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ସେ କହିଛନ୍ତି ବକେୟା ବିଲ ପ୍ରଦାନ କରିନଥିଲେ ବି ବିଦ୍ୟୁତ୍ କାଟ୍ ହେବନି। କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍ ପୈଠ କରିବାକୁ ପଡିବ। କାଳବୈଶାଖୀରେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିଲେ ଖୁବ୍ ଶୀଘ୍ର ତାହାର ସମାଧାନ କରାଯାଉଛି।
ଆଜି ରାଜ୍ୟରେ ତାପାମତ୍ରା ସବୁଠୁ ଉଚ୍ଚରେ ରହିଛି। ଦିନ ସାଢେ ୧୧ଟା ସୁଦ୍ଧା ୪୨.୬ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିଛି ଝାରସୁଗୁଡା । ଏହି ତାପମାତ୍ରା ସକାଳ ସାଢେ ୮ଟାରେ ସର୍ବାଧିକ ୩୪ ଡିଗ୍ରୀ ମପାଯାଇଥିଲା। ସେହିଭଳି ଦିନ ୧୧ ତା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୫ ଡିଗ୍ରୀ ରହିଥିବାବେଳେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମପ୍ରବାହ ଜାରି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ସବୁଠୁ ଅଧିକ ଗରମ ଅନୁଭୂତ ହେବ । ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାକୁ ହିଟ ୱେଭ ସହ ଉପକୂଳର ୧୧ ଜିଲ୍ଲାରେ ଗରମ ଗୁଳୁଗୁଳିକୁ ନେଇ ଆଲର୍ଟ ଜାରି କରାଯାଇଛି ।