ଏପ୍ରିଲ ୨୪ରେ ନୂଆ ରାସନ କାର୍ଡ;ପୁରୀରୁ ଆରମ୍ଭ

0

ଭୁବନେଶ୍ୱର : ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ । ପୁରୀରେ ନୂଆ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟାୟ କ୍ରମେ ୫ ଲକ୍ଷ ୯୦ ହଜାର ନୂଆ କାର୍ଡ ବଣ୍ଟା ହେବ। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଜିଲ୍ଲାପାଳ ମାନଙ୍କୁ ଆଜି ସୁଦ୍ଧା ନୂଆ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ହିତାଧିକାରୀ ଇ-କେଓ୍ବାଇସି କରିନାହାନ୍ତି । ସେମାନଙ୍କୁ ଯାଞ୍ଚ କରିବା ପାଇଁ ଅଫିସର ମାନଙ୍କୁ ପରିଦର୍ଶନ କରିବାକୁ ରିପୋର୍ଟ ଦେବାକୁ କୁହାଯାଇଛି । ରିପୋର୍ଟ ଆସିବା ପରେ କେଉଁ ହିତାଧିକାରୀ ଅଛନ୍ତି କିଏ ନାହାନ୍ତି ତାହା ମଧ୍ୟ ତଦାରଖ ପରେ ସେହି ରାସନ କାର୍ଡ କଟାଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Leave A Reply

Your email address will not be published.