ଭୁବନେଶ୍ୱର : ପୂର୍ବତନମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ବ୍ରହ୍ମପୁରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସେଠାରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସଙ୍କୁ ଜେରା କରିଛି । ଗୋପାଳଙ୍କର ଅଙ୍କୁଲି ସ୍ଥିତ ଘରେ ୨ୟ ଥର ପାଇଁ ଜେରା କରାଯାଇଛି । ପାଖାପାଖି ଘଣ୍ଟାଏ ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ । ତେବେ ପୂର୍ବରୁ ମଧ୍ୟ ଗୋପାଳଙ୍କ ପତ୍ନୀଙ୍କ ବୟାନ ରେକର୍ଡ କରାଯାଇଥିଲେ ମଧ୍ୟ ଶନିବାର ପୁଣି ଜେରାର ସମ୍ମୁଖୀନ ହୋଇଥିଲେ ଜୟନ୍ତୀ । ଏହାପରେ ଗୋପାଳକୁ ଚିକିତ୍ସା କରୁଥିବା ମାନସିକରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି ।
ସୂଚନାନୁସାରେ,ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ଏପ୍ରିଲ ୨୩ ତାରିଖ ଠାରୁ ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ। ଗତ ୨ ଦିନ ଭିତରେ ଗୋପାଳ ଦାସଙ୍କ ବଡ଼ ଭାଇ ସତ୍ୟନାରାୟଣ ଏବଂ ପୁଅ,ପୁତୁରା ସହ ୮ ଜଣଙ୍କୁ ଜେରା କରିସାରିଲାଣି ପୋଲିସ। ସେପଟେ ଅଭିଯୁକ୍ତ ଗୋପାଳର ମୋବାଇଲ ପୁଣି ଥରେ ଯାଞ୍ଚ ହୋଇଥିଲା । ମର୍ଡରର ୬ ମାସ ପୂର୍ବର କଲ୍ ଡିଟେଲ ସଂଗ୍ରହ କରାଯାଇଛି ।