କାଳବୈଶାଖୀ ବର୍ଷା ନେଇ ୫ ଜିଲ୍ଲାକୁ ଓରେଞ୍ଜ ୱାର୍ଣ୍ଣିଂ

0

ଭୁବନେଶ୍ୱର : ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସତ୍ତ୍ୱେ ଜାରି ରହିଛି ଗରମ ଓ ଗୁଳୁଗୁଳି । କେତେକ ଉପକୂଳ ଜିଲ୍ଲା ବ୍ୟତୀତ ପ୍ରଚଣ୍ଡ ଗରମରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ତେବେ ଆଗକୁ ଆହୁରି ୪ ଦିନ ରହିବ କାଳବୈଶାଖୀ ବର୍ଷାର ପ୍ରଭାବ। ଏନେଇ ଆଜି ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୂରଭଂଜ, ବାଲେଶ୍ଵର, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ କୁଆପଥର ବର୍ଷା ସହ ୫୦ ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ସହ ଦକ୍ଷିଣରେ ଝଡ଼ ପବନ ନେଇ ଆଲର୍ଟ ଜାରି କରାଯାଇଛି । ଗତକାଲିଠାରୁ ପାଗ ବଦଳିଥିବାବେଳେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ଉପକୂଳ ସହ ପଶ୍ଚିମ ଓଡ଼ିଶାରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିବ । ଫଳରେ ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଜଗତସିଂହପୁର ଓ କଟକରେ ବର୍ଷା ନେଇ ଅନୁମାନ କରାଯାଉଛି । ବର୍ଷା ଯୋଗୁ ଦିନର ତାପମାତ୍ରା ୨ ରୁ ୫ ଡିଗ୍ରୀ ଯାଏଁ କମିବା ସମ୍ଭାବନା ରହିଛି । ୨୯ ଓ ୩୦ ତାରିଖରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।।

Leave A Reply

Your email address will not be published.