ନୂଆଦିଲ୍ଲୀ : କାନାଡାରେ ନିଖୋଜ ଥିବା ଜଣେ ଭାରତୀୟ ଛାତ୍ରୀଙ୍କ ମୃତଦେହ ମିଳିଛି । ୨୧ ବର୍ଷୀୟା ଭାରତୀୟ ଛାତ୍ରୀ ଗତ ତିନି ଦିନ ଧରି ନିଖୋଜ ଥିଲେ। ଓଟାୱାରେ ତାଙ୍କ କଲେଜ ନିକଟସ୍ଥ ଏକ ବେଳାଭୂମିରୁ ମିଳିଛି ବୋଲି ମଙ୍ଗଳବାର ଦିନ କାନାଡାରେ ଥିବା ଭାରତୀୟ ଦୂତାବାସ ନିଶ୍ଚିତ କରିଛି। ପଞ୍ଜାବର ଡେରା ବସ୍ସିର ଜଣେ ସ୍ଥାନୀୟ ଆପ ନେତାଙ୍କ ଝିଅ ବଂଶିକା ଏପ୍ରିଲ ୨୫ ତାରିଖରେ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କୁ ଖୋଜିବାପାଇଁ ଜୋରଦାର ଅପରେସନ୍ ଆରମ୍ଭ ହୋଇଥିଲା। ଭାରତୀୟ ଦୂତାବାସ ପକ୍ଷରୁ ବଂଶିକାଙ୍କ ମୃତ୍ୟୁ ଖବର ସ୍ପଷ୍ଟ କରି କହିଛି “ଓଟାୱାରେ ଭାରତର ଜଣେ ଛାତ୍ରୀ ସୁଶ୍ରୀ ଭାନଶିକାଙ୍କ ମୃତ୍ୟୁ ବିଷୟରେ ସୂଚନା ପାଇ ଆମେ ଗଭୀର ଭାବେ ଦୁଃଖିତ। ସ୍ଥାନୀୟ ପୁଲିସ ଏହି ଘଟଣାର ତଦନ୍ତ କରୁଛି ବୋଲି ଦୂତାବାସ ଘୋଷଣା କରିଛି।