ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାରେ ବଡ ଭୂମୀକା ଗ୍ରହଣ କରିବ ଆୟୁଷ୍ମନ କାର୍ଡ । ଆୟୁଷ୍ମାନ ଚିକିତ୍ସାରେ ଅବହେଳା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ ଲୋକ ଉପକୃତ ହେବେ । ତେବେ ଏହି ସେବାରୁ ଯେପରି କୌଣସି ବି ହିତାଧିକାରୀ ଯେପରି ବାଦ ନପଡନ୍ତି, ଯେପରି କୌଣସି ଅବହେଳା ନହୁଏ ସେନେଇ ତାଗିଦ୍ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନ ପ୍ୟାକେଜ୍ ବଢାଇବାକୁ ଯୋଜନା ଚାଲିଛି। ଆୟୁଷ୍ମାନ କାର୍ଡରେ କୌଣସି ଦ୍ଵନ୍ଦ ନାହିଁ । ଯାହା କିଛି ଟେକ୍ନିକାଲ ସମସ୍ୟା ରହିଛି । ସମସ୍ୟାର ସମାଧାନ ନେଇ ଆଲୋଚନା ଚାଲିଛି । ଘରୋଇ ହସ୍ପିଟାଲ ପ୍ୟାକେଜ ବୃଦ୍ଧି ଦାବି ଉପରେ ବି ବିଚାର କରାଯିବ । ସରକାରୀ ସ୍ତରରୁ, ଲୋକଙ୍କ ପାଖରୁ ବିଭିନ୍ନ ମତାମତ ଆସୁଛି । ସବୁ ଦିଗକୁ ନେଇ ନେଇ ବିଚାର ଚାଲିଛି । ପ୍ୟାନ ଇଣ୍ଡିଆ କାର୍ଡ ହୋଇଥିବାରୁ ନେଟୱର୍କ ଓ ଓଟିପି ସମସ୍ୟା ରହିଛି । ସମସ୍ୟା ସମାଧାନ ନେଇ ଚାଲିଛି ଆଲୋଚନା । ରୋଗୀଙ୍କୁ ଅବହେଳା କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠନ ହେବ ।