ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ ମୂଷା

0

ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ବଡ଼ ଖବର । ୨୨ ତାରିଖ ନରସଂହାରର ମୁଖ୍ୟ ଆତଙ୍କୀ ହେଉଛି ହାସିମ ମୂଷା । ସେ ପାକିସ୍ତାନୀ ସେନାର ଜଣେ ପୂର୍ବତନ ପାରା କମାଣ୍ଡୋ ହୋଇଥିବାବେଳେ ଆତଙ୍କବାଦୀ ଗୋଷ୍ଠୀ ଲସ୍କର ଏ ତୋଇବାର ସକ୍ରିୟ ସଦସ୍ୟ ଥିବା ସୂଚନା ମିଳିଛି । ମୂଷାର ପୁରା ନାମ – ହାସିମ ମୂଷା ଓରଫ ସୁଲେମାନ । ସେ ପାକିସ୍ତାନର ବାସିନ୍ଦା । ମୂଷା ଆତଙ୍କୀ ଟ୍ରେନିଂ ସହ ପାରା କମାଣ୍ଡୋ ଟ୍ରେନିଂ ନେଇଛି । ପ୍ଲାନିଂ, ଅସ୍ତ୍ର ଯୋଗାଣ, ଟାର୍ଗେଟ ସିଲେକ୍ସନଠୁ ନେଇ ସବୁକିଛି ଦେଖୁଥିଲା ହାସିମ । ମୂଷା ମୁଣ୍ଡ ଉପରେ ରହିଛି ୬୦ ଲକ୍ଷ ଟଙ୍କାର ପୁରସ୍କାର ରାଶି। ୨୦୨୩ ସେପ୍ଟେମ୍ବରରେ କାଶ୍ମୀର ଭ୍ୟାଲିରେ ପ୍ରବେଶ କରିଥିଲା ମୂଷା । ବୁଦଗାଓଁ ଅଧିକ ସକ୍ରିୟ ଥିଲା ।

Leave A Reply

Your email address will not be published.