ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଲେ ସେଲିବ୍ରିଟି

0

ନୂଆଦିଲ୍ଲୀ : ପହଲଗାମ୍‌ ଆକତଙ୍କବାଦୀ ଆକ୍ରମଣର ପ୍ରତଶୋଧ ଭାରତୀୟ ସଶସ୍ତ୍ର ବାହିନୀ । ମଙ୍ଗଳବାର ଦିନ ଆରମ୍ଭ କରିଛି ମିଡ଼ନାଇଟ ‘ଅପରେସନ ସିନ୍ଦୂର’ । ରାତି ୧:୦୫ ରୁ ଆରମ୍ଭ ହୋଇ ୧.୩୦ ମଧ୍ୟରେ ମାତ୍ର ୨୫ ମିନିଟ ରେ ଆତଙ୍କବାଦୀଙ୍କର ୯ ଟି ଶିବିର ଉପରେ ହୋଇଛି ପ୍ରଚଣ୍ଡ ଆକ୍ରମଣ । ଭାରତର ଅପରେସନ ସିନ୍ଦୂର ଆକ୍ରମଣରେ ପାଖାପାଖି ପ୍ରାୟ ୧୦୦ଜଣରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିହତ ହୋଇଥିବା ଅନୁମାନ କରାଯାଉଛି । ପାକିସ୍ତାନରେ ୪ ଓ ପିଓକେରେ ୫ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଚ୍ରାଇକ । ଭାରତ ଲସ୍କର ଏବଂ ଜୈଶ ଆତଙ୍କୀ ମୁଖ୍ୟାଳୟ ଉପରେ ଆକ୍ରମଣ କରିଛି । ବହାବାଲପୂର୍, କୋଟଲି, ମୁରିଦକେ ଓ ମୁଜାଫରାବାଦର ୯ ଟି ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ବଡ଼ ଧରଣର ଏୟାର ଷ୍ଟ୍ରାଇକ କରାଯାଇଛି । ଯାହା ଫଳରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ବଂସ ହୋଇଯାଇଛି ।

ଏହାକୁ ନେଇ ବର୍ତ୍ତମାନ ସାରା ଦେଶ ସହିତ ଅନେକ ସେଲିବ୍ରିଟି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ସେନାକୁ ପ୍ରଶଂସା କରୁଛନ୍ତି । ଦକ୍ଷିଣୀ ଅଭିନେତା ରଜନୀକାନ୍ତଙ୍କ ଠାରୁ ଆରମ୍ଭ କରି ଚିରଞ୍ଜିବୀ ଏବଂ ଜୁନିଅର ଏନଟିଆର ପର୍ଯ୍ୟନ୍ତ, ସମସ୍ତ ସେଲିବ୍ରିଟି ‘ଅପରେସନ୍ ସିନ୍ଦୂର’ ପୋଷ୍ଟ କରି ପ୍ରଶଂସା କରିଛନ୍ତି।

ଭାରତ ସରକାରଙ୍କ ଅପରେସନ ସିନ୍ଦୂରର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ ଜଣାଇବା ପାଇଁ ମେଗାଷ୍ଟାର ରଜନୀକାନ୍ତ X ରେ ଲେଖିଛନ୍ତି, “ଯୋଦ୍ଧାର ଲଢ଼େଇ ଆରମ୍ଭ ହୋଇଛି… ମିଶନ୍ ସମାପ୍ତ ନହେବା ପର୍ଯ୍ୟନ୍ତ ଅଟକିବୁ ନାହିଁ ! ସମଗ୍ର ଦେଶ ଆପଣଙ୍କ ସହିତ ଅଛି।”

ସେହିପରି ସାଉଥ୍ ସୁପରଷ୍ଟାର ଚିରଞ୍ଜିବୀ ମଧ୍ୟ ତାଙ୍କ ଏକ୍ସ-ଆକାଉଣ୍ଟରେ ଭାରତୀୟ ସେନାର ଅପରେସନ ସିନ୍ଦୂରକୁ ପୋଷ୍ଟ ସେୟାର କରି ‘ଜୟ ହିନ୍ଦ’ ଲେଖିଛନ୍ତି। ସେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାର ଇମୋଜି ମଧ୍ୟ ସେୟାର କରିଛନ୍ତି।

ପୁଷ୍ପା-୨ ଅଭିନେତା ଅଲୁ ଅର୍ଜୁନ ମଧ୍ୟ ତାଙ୍କ ଆକାଉଣ୍ଟରେ ଅପରେସନ ସିନ୍ଦୂର ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି, “ନ୍ୟାୟ ମିଳିବା ଆବଶ୍ୟକ, ଜୟ ହିନ୍ଦ।” ତ୍ରିରଙ୍ଗା ଇମୋଜି ମଧ୍ୟ ସେୟାର କରିଛନ୍ତି।

ଦେବରା ଅଭିନେତା ଜୁନିଅର ଏନଟିଆର ମଧ୍ୟ ଏକ୍ସରେ ପୋଷ୍ଟ କରି ଅପରେସନ ସିନ୍ଦୂର ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, “ମୁଁ ଆମର ଭାରତୀୟ ସେନାର ସୁରକ୍ଷା ଏବଂ ଶକ୍ତି ପାଇଁ ପ୍ରାର୍ଥନା କରୁଛି। ହ୍ୟାସଟ୍ୟାଗ୍ ‘ଅପରେସନ ସିନ୍ଦୂର।’ ।

ସେହିପରି ବଲିଉଡ ଅଭିନେତା ରିତେଶ ଦେଶମୁଖ X ରେ ପୋଷ୍ଟ କରି ଲେଖିଛନ୍ତି- ଜୟ ହିନ୍ଦ କି ସେନା… ଭାରତ ମାତା କି ଜୟ ।

ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ ଲେଖିଛନ୍ତି- ଆମର ପ୍ରାର୍ଥନା ସେନା ସହିତ ଅଛି। ଗୋଟିଏ ରାଷ୍ଟ୍ର, ଆମେ ଏକାଠି ଛିଡ଼ା ହୋଇଛୁ। ଜୟ ହିନ୍ଦ୍ ବନ୍ଦେ ମାତରମ୍ ।

ଅଭିନେତ୍ରୀ ନିମରତ କୌର ଇନଷ୍ଟାରେ ଅପରେସନ ସିନ୍ଦୂର ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି- ଆମେ ଆମ ସେନା ସହିତ ଅଛୁ। ଆମ ଦେଶ, ଗୋଟିଏ ମିଶନ, ଜୟ ହିନ୍ଦ। ପରେଶ ରାୱଲ, ଅନୁପମ ଖେର, ବିନୀତ କୁମାର ସିଂହ ଏବଂ ରାହୁଲ ବୈଦ୍ୟଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ଅନ୍ୟପଟେ ‘ଅପରେସନ୍ ସିନ୍ଦୂର’ ରେ ସାମିଲ ଥିବା ସମସ୍ତ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି କ୍ରିକେଟ ଜଗତର କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ଭାରତୀୟ ସେନାକୁ ନେଇ ସେ ଗର୍ବିତ ବୋଲି ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରେ ସେୟାର କରି ଲେଖିଛନ୍ତି, “ଏକତାରେ ନିର୍ଭୟତା ଶକ୍ତି ଅସୀମ । ଭାରତର ଢାଲ ହେଉଛି ଏହାର ଜନସାଧାରଣ । ଏଠାରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ । ଆମେ ଏକ ଦଳ ।”

ସଚିନଙ୍କ ବ୍ୟତୀତ ଅନ୍ୟ କ୍ରିକେଟରମାନେ ମଧ୍ୟ ଭାରତୀୟ ସେନାକୁ ସଲାମ କରିଛନ୍ତି । ଇରଫାନ ପଠାନ ପୋଷ୍ଟଟି ସେୟାର କରି ଭାରତୀୟ ସେନାର ପ୍ରଶଂସା କରିଛନ୍ତି । ଇରଫାନ ତାଙ୍କ ପୋଷ୍ଟରେ ‘ଜୟ ହିନ୍ଦ’ ଲେଖି ଭାରତୀୟ ସେନାକୁ ସଲାମ କରିଛନ୍ତି ।

ସେହି ସମୟରେ, ଭାରତୀୟ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ କହିଛନ୍ତି ଯେ “ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ମ୍ୟାଚ୍ ହୋଇପାରିବ ନାହିଁ । ଗମ୍ଭୀର ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ସହିତ ସମସ୍ତ କ୍ରିକେଟ୍ ସମ୍ପର୍କ ଏବେ ଶେଷ ହେବା ଉଚିତ ।”

Leave A Reply

Your email address will not be published.