ସୁରକ୍ଷାକର୍ମୀଙ୍କ ଗୁଳିରେ ୨୨ ରୁ ଉର୍ଦ୍ଧ୍ବ ମାଓବାଦୀ ନିହତ

0

ଛତିଶଗଡ଼ : ଧୀରେ ଧୀରେ ଭୁସୁଡୁଛି ଲାଲ ଦୁର୍ଗ । ସୁରକ୍ଷାବାହିନୀଙ୍କୁ ଆଉ ଏକ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨୨ ରୁ ଉର୍ଦ୍ଧ୍ବ ମାଓବାଦୀ । ଛତିଶଗଡ ତେଲେଙ୍ଗାନା ସୀମାନ୍ତ କରେଗୁଟ୍ଟା ପାହାଡ଼ରେ ୧୬ ଦିନ ଧରି ଚାଲିଥିବା ମାଓ ବିରୋଧୀ ଅପରେସନରେ ସୁରକ୍ଷାବାହିନୀକୁ ମିଳିଛି ଏହି ସଫଳତା । ଗତକାଲି ରାତିଠାରୁ ଜଙ୍ଗଲରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି।

ସୂଚନାନୁସାରେ,ଛତିଶଗଡ ତେଲେଙ୍ଗାନା ସୀମାନ୍ତ କରେଗୁଟ୍ଟା ପାହାଡ଼ରେ ଗତ ୧୬ ଦିନ ଧରି ଚାଲିଛି ମାଓ ବିରୋଧୀ ଅପରେସନ ‘କଗାର’ । ଗତ କିଛି ଦିନ ମଧ୍ୟରେ କାରେଗଟ୍ଟା ଜଂଗଲରୁ ୨୫୦ଟି ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଅପରେସନ ଜାରି ରହିଥିବାବେଳେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ମିଳିଛି ।

ଏହି ଅପରେସନ୍ ଉପରେ ଦିଲ୍ଲୀରୁ ନଜର ରଖିଛନ୍ତି ସିଆରପିଏଫ୍ ଡିଜି ଜ୍ଞାନେନ୍ଦ୍ର ପ୍ରତାପ ସିଂହ, ଛତିଶଗଡ ଏଡିଜି ନକ୍ସଲ ଅପ୍ସ ବିବେକାନନ୍ଦ ସିହ୍ନା, CRPF ଆଇଜି ରାକେଶ ଅଗ୍ରୱାଲ ଏବଂ ବସ୍ତର ଆଇଜିପି ସୁନ୍ଦରରାଜ । ଡିଆରଜି କୋବ୍ରା ସିଆରପିଏଫ ଏସଟିଏଫ ର ଯବାନ ମାନେ ମାଓବାଦୀଙ୍କ ଠିକଣା ଉପରେ ଚଢ଼ାଉ ଜାରି ରଖିଛନ୍ତି ।

Leave A Reply

Your email address will not be published.