ଭୁବନେଶ୍ବର : ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଆମ ସଂକଳ୍ପ ପତ୍ର ଅନୁଯାଇ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ହେବ । ପୂର୍ବ ସରକାର କ’ଣ କରିଛନ୍ତି କ’ଣ ନ କରିଛନ୍ତି, ସେ ସବୁ ଧୀରେ ଧୀରେ ସାମ୍ନାକୁ ଆସୁଛି । ଚିଟ୍ଫଣ୍ଡ କାଗଜପତ୍ର ସଂଗ୍ରହ ଚାଲିଛି । ସଂଗ୍ରହ ଶେଷ ହେଲେ ନୀତିଗତ ନିଷ୍ପତ୍ତି ନିଆଯିବ । ସରକାର ଏବେ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି । ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟ୍ଫଣ୍ଡ ଟଙ୍କା ଫେରସ୍ତ କରାଯିବ ବୋଲି ମନମୋହନ ସାମଲ କହିଛନ୍ତି ।