ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଜୁନ୍ ୨୩ରେ ହେବ ପଞ୍ଚାୟତ ଉପନିର୍ବାଚନ । ରାଜ୍ୟର ୪୩ଟି ସରପଞ୍ଚ ଓ ୨୭୨ଟି ୱାର୍ଡ ମେମ୍ବର ପଦ ଲାଗି ହେବ ମତଦାନ । ଏଥିପାଇଁ ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି। ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ ଜାରି କରାଯିବ।
ଆସନ୍ତା ୨୬, ୨୮, ୨୯ ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ । ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ। ଜୁନ୍ ୨ରେ ନାମାଙ୍କନ ପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ।
ସେହିପରି ଆସନ୍ତା ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ତା’ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପଞ୍ଚାୟତ ଅଫିସରେ ପ୍ରକାଶ ପାଇବ ।
ଜୁନ୍ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ। ୨୪ ତାରିଖ ସକାଳ ୮ଗରୁ ବ୍ଳକ ଅଫିସରେ ଭୋଟ ଗଣତି ହେବ। ଏନେଇ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି।ଏହାସହ ଉପନିର୍ବାଚନ ହେବାକୁ ଥିବା ପଞ୍ଚାୟତ ଏବଂ ଓ୍ବାର୍ଡ ଗୁଡ଼ିକରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି ।
Comments are closed.