ସୋର : ବାଲେଶ୍ୱର ଅଞ୍ଚଳର ଦୁର୍ଦ୍ଧାନ୍ତ ଅପରାଧୀ ବାପି ପାଣି ଗିରଫ । ଗତକାଲି ସୋର ଥାନା ତେଣ୍ଟେଇ ପଞ୍ଚାୟତ ଦୟାନିଧିପୁରରେ ଗୁଳି ମାଡ଼ କରି ଲୁଟ୍ କରିଥିଲା । ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ବାପି କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଏହା ସହିତ ତା’ନିକଟରୁ ବିପୁଳ ପରିମାଣରେ ଲୁଟ ସୁନା,ରୂପା ସହ ୨ ଟି ବନ୍ଧୁକ ଏବଂ ୨୦ ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ବହୁ ପୂର୍ବରୁ ଅପରାଧୀ ବାପି ପାଣି ନାଁରେ ୧୯ ଟି ଅପରାଧିକ ମାମଲା ରହିଥିବା ନେଇ ବାଲେଶ୍ୱର ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି । ବିଶେଷକରି ବାଲେଶ୍ୱର, ଭଦ୍ରକ, ବାସୁଦେବପୁର, ରାଉରକେଲାରେ ଆତଙ୍କ ଖେଳାଉଥିଲା ବାପି । ଏହି ଘଟଣାରେ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଅନ୍ୟମାନଙ୍କୁ ଧରାଯିବ ବୋଲି କହିଛନ୍ତି ବାଲେଶ୍ୱର ଏସପି ।