ଭୁବନେଶ୍ୱର : ଜୁନ ୨୬ : ଭୁବନେଶ୍ୱରରେ ପୁଣି କରୋନା ବ୍ୟାପିବା ସରକାର ଓ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏଣିକି କରୋନା ହଟ୍ସ୍ପଟ ଅଞ୍ଚଳରୁ ଯଦି କେହି ଭୁବନେଶ୍ୱର ଆସିବେ, ତେବେ ସେମାନେ ସରକାରୀ କ ୍ୱାରେଣ୍ଟାଇନ୍ ରେ ରହିବେ । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଅଧିକ କରୋନା ସଂକ୍ରମିତ ଜିଲ୍ଲାର ଲୋକମାନେ ଏଣିକି ଭୁବନେଶ୍ୱର ଆସିଲେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ କ ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । କରୋନା ହଟସ୍ପଟ୍ ଜିଲ୍ଲାଗୁଡ଼ିକରୁ ଭୁବନେଶ୍ୱର ଆସିଲେ କ ୍ୱାରେଣ୍ଟାଇନରେ ମଧ୍ୟ ରହିବାକୁ ହେବ । ପୂର୍ବରୁ କେବଳ ଦେଶ ଅବା ରାଜ୍ୟ ବାହାରୁ ଆସିଲେ ସରକାରୀ କ ୍ୱାରେଣ୍ଟାଇନରେ ରହିବାର ନିୟମ ଥିଲା । ସେ କହିଛନ୍ତି ଯେ, ଭୁବନେଶ୍ୱରକୁ ୮୬୮୧ଜଣ ଲୋକ ଅନ୍ୟ ରାଜ୍ୟ ବା ଦେଶରୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୨୭୯୧ଜଣ ଲୋକ ଏବେବି କ ୍ୱାରେଣ୍ଟାଇନରେ ଅଛନ୍ତି । ଭୁବନେଶ୍ୱରରେ ମୋଟ ୨୭୪ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ କୋଭିଡ୍ ପରିଚାଳନା ନିମନ୍ତେ ଭୁବନେଶ୍ୱରର ସବୁ ୱାର୍ଡରେ ସଚେତକ କମିଟି ଗଠନ ହୋଇଛି । ପ୍ରତି ୫ଟି ୱାର୍ଡର ବ୍ୟବସ୍ଥା ତଦାରଖ ପାଇଁ ଜଣେ ଲେଖାଏଁ ପୌର ଅଧିକାରୀଙ୍କୁ ନିଯୁକ୍ତି ମିଳିଛି । ଘରକୁ ଘର ବୁଲି ବୟସ୍କ, ଗର୍ଭବତୀଙ୍କୁ ଠାବ କରାଯାଇ ସେମାନଙ୍କ ଯତ୍ନ ମଧ୍ୟ ନିଆଯାଉଛି ବୋଲି ସେ କହିଛନ୍ତି ।
Comments are closed.