କରୋନା ସଂକ୍ରମଣ ମୁକାବିଲା; ଜୁଲାଇ ୧୫ ଯାଏ ଉଡ଼ିବନି ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର : ଜୁନ ୨୬ :ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଲାଗିଲା ରୋକ । ଏବେ ନିୟମିତ ଭାବେ ବିଦେଶକୁ ଉଡ଼ିବନି ବିମାନ । ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ବିମାନ ଉଡାଣ ବନ୍ଦ ରଖିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ନିଷ୍ପତ୍ତି ନେଇଛି ।
ଦେଶରେ କରୋନା ସଂକ୍ରମଣ ବଢ଼ୁଛିି । ଜୁଲାଇ ମାସରେ ଏହା ରେକର୍ଡ ସଂଖ୍ୟକ ବୃଦ୍ଧି ପାଇପାରେ । ତେଣୁ ଜୁଲାଇ ୧୫ ପର୍ଯ୍ୟନ୍ତ କୌଣସି ଆନ୍ତର୍ଜାତିକ ବିମାନ ଭାରତରୁ ବିଦେଶକୁ ଯାଇପାରିବ ନାହିଁ କିମ୍ବା କୌଣସି ବିମାନ ବିଦେଶରୁ ଭାରତକୁ ଆସିପାରିବ ନାହିଁ । ବିଦେଶରୁ ଆସୁଥିବା କାର୍ଗୋ ବିମାନ ଉପରେ ଏହି କଟକଣା ଲାଗୁ ହେବ ନାହିଁ । ଗତକାଲି ନିୟମିତ ଟ୍ରେନ ଚଳାଚଳକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବାତିଲ କରିଥିଲା ରେଳବାଇ ବୋର୍ଡ । ତେବେ ଦେଶରେ ବର୍ତ୍ତମାନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ଏପରିକି ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ବିଭିନ୍ନ ସମୟରେ କଠୋର ନିଷ୍ପତ୍ତି ନେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଆଉ ବିଶେଷଜ୍ଞଙ୍କ କହିବା ମୁତାବକ ଜୁଲାଇ ମାସରେ ସଂକ୍ରମଣର ସର୍ବୋଚ୍ଚସ୍ତର ଛୁଇଁବାକୁ ନେଇ ସତର୍କ କରାଇଥିବାବେଳେ ଏନେଇ ପୂର୍ବପ୍ରସ୍ତୁତ କରୁଛନ୍ତି ସରକାର ।

Comments are closed.