ଭୁବନେଶ୍ୱର: ଜୁନ ୨୯: ଭୁବନେଶ୍ୱର ରୁ ୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଚିନ୍ତାର ବିଷୟ ହେଇଉଛି, ୨୫ ଜଣଙ୍କ ମଧ୍ୟରୁ ୨୩ ଜଣ ସ୍ଥାନୀୟ ଅଂଚଳର I ମାତ୍ର ୨ ଜଣ ହୋମ କ୍ଵାରାଣ୍ଟIଇନ ରେ ଥିଲେ I
୨୫ ଆକ୍ରାନ୍ତଙ୍କ ମଧ୍ୟରୁ ମଞ୍ଚେଶ୍ଵର ଅଞ୍ଚଳରୁ ୫ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ ନିକଟରୁ ୪ ଓ ଚକେଇସିଆଣି ହାଡ଼ବାଇ ବସ୍ତି ଅଞ୍ଚଳରୁ ୨ଚିନ୍ହଟ ହେଇଛନ୍ତି I
ସେହିପରି, ସାମନ୍ତରାପୁରରୁ ୨, ପାସପୋର୍ଟ ଅଫିସ ନିକଟ ବାଲିତୋଟାସାହି ବସ୍ତିରୁ ୪, ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ ଜଣେ, ଏକ ଘରୋଇ ହସ୍ପିଟାଲର ଜଣେ, ଅଶୋକ ନଗର ଅଞ୍ଚଳର ଜଣେ ୫୦ ବର୍ଷୀୟା ମହିଳା, ନୀଳାଦ୍ରିବିହାର ଅଂଚଳରୁ ଜଣେ, ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ଓ ନୟାପଲ୍ଲୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ହୋମ କ୍ଵାରାଣ୍ଟIଇନ ରେ ଥିବା,ଜଣେ ଘରୋଇ ହସ୍ପିଟାଲ ର କର୍ମଚାରୀ ଏବଂ ଆଉ ଜଣେ ରେଲୱେ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
ଅନ୍ୟପକ୍ଷରେ ଭୁବନେଶ୍ୱର ରୁ ଆଜି ୭ ଜଣ ସୁସ୍ଥ ହେଇଛନ୍ତି I
BMC ର ଟ୍ୱଇଟ ଅନୁଯାୟୀ, ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୧୪ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ, ୧୭୪ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୧୩୫ ଜଣ ଚିକିତ୍ସାଧୀନ ଅଛନ୍ତି I
Comments are closed.