ଭୁବନେଶ୍ୱର: ଜୁଲାଇ ୦୩:ଘରୋଇ ଲ୍ୟାବ୍ରେ କରୋନା ଟେଷ୍ଟ ପାଇଁ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏଣିକି ଘରୋଇ ଲ୍ୟାବ୍ରେ କୋଭିଡ୍-୧୯ ଟେଷ୍ଟ କଲେ ଗ୍ରାହକଙ୍କୁ ୨୨ଶହ ଟଙ୍କା ଦେବାକୁ ପଡିବ । ଏହି ଟେଷ୍ଟ ପାଇଁ ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବ୍କୁ ଅନୁମତି ମିଳିଛି । ଆପୋଲୋ ହସ୍ପିଟାଲ, ସମ୍ହସ୍ପିଟାଲରେ କରୋନା ଟେଷ୍ଟ ହୋଇପାରିବ। ତା ସହିତ ଆଇଏନ୍ଡିଏନ୍ଏ ଲାଇଫ ସାଇନ୍ସ ଲିଃ, ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସକୁ ମଧ୍ୟ ଟେଷ୍ଟ କରାଇବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଆରଏମ୍ଆରସି ତ‰ାବଧାନରେ ଏହି ଘରୋଇ କ୍ଲିନିକଗୁଡ଼ିକ କୋଭିଡ ଟେଷ୍ଟ କରିପାରିବେ ।
Comments are closed.