ପାକିସ୍ତାନକୁ ଚେତାବନୀ !

ହରଡଘଣାରେ ପାକିସ୍ତାନ

ସମୟ ଲାଇଭ,୧୮/୧୦: ଆତଙ୍କବାଦୀଙ୍କ ଭୁସ୍ୱର୍ଗ ପାଲିଟିଥିବା ପାକିସସ୍ତାନକୁ ମିଳିଛି ଚରମ ଚେତାବନି। ନିଜକୁ ସୁଧାରିବାକୁ ଚାରିମାସ ସମୟ ଦେଇଛି ଏଫଟିଏଫ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ବିଶ୍ୱରେ ଆତଙ୍କୀଙ୍କୁ ସାହାଯ୍ୟ କରୁଥିବା ପାକିସ୍ତାନ ଏବେ ହରଡଘଣାରେ । ପ୍ୟାରିସ୍ ରେ ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ୱପୁର୍ଣ୍ଣ ବୈଠକରେ ଏଭଳି ଏକ ନିଷ୍ପତ୍ତି ନେଇଛି ଫାଇନ୍ସାଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଟିଏଫ) । କମିଟି ଏବେ ପାକିସ୍ତାନକୁ ଧୂସର ତାଲିକାରେ ରଖିଛି । ଯଦି ନିର୍ଦ୍ଧାରତ ସମୟସୀମା ଭିତରେ ପାକିସ୍ତାନ ନସୁଧୁରେ ତେବେ, ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି କମିଟି ଚେତେଇ ଦେଇଛି । ଚୀନ ଓ ଅନ୍ୟ କେତେକ ହାତ ଗଣତି ରଷ୍ଟ୍ରର ସହଯୋଗ ପାଉଥିବାରୁ କଳା ତାଲିକା ଭୁକ୍ତ ହେବାରୁ ବର୍ତ୍ତି ଯାଇଛି ପାକିସ୍ତାନ। ତେବେ ପାକିସ୍ତାନ ସହ ବ୍ୟବସାୟିକ କ୍ଷେତ୍ରରେ ସଜାଗ ରହିବାକୁ ଅନ୍ୟ ରଷ୍ଟ୍ରକୁ କୁହାଯାଇଛି।

Comments are closed.