ମୁମ୍ବାଇ : ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ବିଭିନ୍ନ କମ୍ପାନୀରେ ପ୍ରବର୍ତ୍ତନନିର୍ଦ୍ଦେଶାଳୟ (ED) ଚଢ଼ାଉ କରିଥିବା ସୂଚନା ମିଳିଛି । ଅନିଲ ଅମ୍ବାନୀଙ୍କ ମୁମ୍ବାଇ ଏବଂ ଦିଲ୍ଲୀରେ ଥିବା କମ୍ପାନୀଗୁଡ଼ିକ ସହିତ ଅନେକ ସ୍ଥାନରେ ଚଢାଉ ଜାରି ରହିଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଦାୟର ହୋଇଥିବା ଦୁଇଟି ଏଫଆଇଆରରେ, ବଡ଼ ଧରଣର ଆର୍ଥିକ ଅନିୟମିତତା ଅଭିଯୋଗ କରାଯାଇଥିଲା।ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ରିଲାଏନ୍ସ କମ୍ୟୁନିକେସନ୍ସ ଏବଂ ଏହାର ପ୍ରମୋଟର-ନିର୍ଦ୍ଦେଶକ ଅନିଲ ଡି ଅମ୍ବାନୀଙ୍କୁ ‘ଠକେଇ’ ଅଭିଯୁକ୍ତ ଘୋଷଣା କରିବାର କିଛି ଦିନ ପରେ ଏହି ଚଢାଉ କରାଯାଇଛି। ଅନିଲ ଅମ୍ବାନୀ ଗ୍ରୁପ ସହିତ ଜଡିତ ବରିଷ୍ଠ ବ୍ୟବସାୟିକ କାର୍ଯ୍ୟର୍ନିବାହୀଙ୍କ ବାସଭବନରେ ମଧ୍ୟ ତଲାସୀ କରାଯାଉଛି। ତେବେ ଅନିଲ ଅମ୍ବାନୀଙ୍କ ବ୍ୟକ୍ତିଗତ ବାସଭବନରେ ଚଢ଼ାଉ କରାଯାଇ ନଥିବା ସୂଚନା ମିଳିଛି ।
୩୦୦୦ କୋଟି ୟେସ୍ ବ୍ୟାଙ୍କ ଋଣ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନସ୍ଵରୂପ ମୁମ୍ବଇସ୍ଥିତ ଅନିଲ ଅମ୍ବାନୀଙ୍କ ପ୍ରାୟ ୫୦ଟି ଠିକଣାରେ ଇଡି ଚଢାଉ କରିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ RAAGA (ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ) କମ୍ପାନୀଗୁଡ଼ିକ ବଡ଼ ଧରଣର ମନି ଲଣ୍ଡରିଂ ସହିତ ଜଡିତ ଥିବା ଅଭିଯୋଗ ହୋଇଥିଲା । ଇଡି ଅଧିକାରୀମାନେ ମାମଲା ସହିତ ଜଡିତ ୫୦ରୁ ଅଧିକ ଫାର୍ମରେ ଚଢାଉ କରି ରେକର୍ଡ ପତ୍ର ଯାଞ୍ଚ କରିଛନ୍ତି। ଏହି ସମୟରେ ୨୫ ରୁ ଅଧିକ ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ତଦନ୍ତ ସଂସ୍ଥା ପ୍ରାୟ ୩୫ ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ କରୁଛି। ଇଡିର ପ୍ରାଥମିକ ତଦନ୍ତରେ “ବ୍ୟାଙ୍କ, ସେୟାରହୋଲ୍ଡର, ନିବେଶକ ଏବଂ ଅନ୍ୟାନ୍ୟ ସାର୍ବଜନୀନ ପ୍ରତିଷ୍ଠାନକୁ ଠକି ସାଧାରଣ ଲୋକଙ୍କ ଟଙ୍କା ହଡ଼ପ କରିଥିବା ଜଣାପଡିଛି ।
ଇଡି କାର୍ଯ୍ୟାନୁଷ୍ଠାନ ନ୍ୟାଶନାଲ ହାଉସିଂ ବ୍ୟାଙ୍କ, ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (SEBI), ନ୍ୟାଶନାଲ ଫାଇନାନ୍ସିଆଲ ରିପୋର୍ଟିଂ ଅଥରିଟି (NFRA), ବ୍ୟାଙ୍କ ଅଫ ବରୋଦା ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଦ୍ୱାରା ଦୁଇଟି FIR ଦାୟର ହୋଇଥିଲା ।