ବିନା ପରୀକ୍ଷାରେ ଶେଷ ବର୍ଷ ପିଲାମାନଙ୍କୁ ମିଳିବ ନାହିଁ ଡିଗ୍ରୀ, ପରୀକ୍ଷା କରିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଜୁଲାଇ ୧୧: କରୋନା ପାଇଁ ସମସ୍ତ ବିଦ୍ୟାଳୟ, କଲେଜ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷା ଏବଂ କ୍ଲାସ୍‌ ପ୍ରମୋସନ ନେଇ ଅନେକ ଦ୍ୱନ୍ଦ ଦେଖାଦେଇଛି । ୟୁଜିସି ଏହାର ନିର୍ଦ୍ଦେଶାବଳୀ ଜାରି କରି କହିଛି ଯେ ସମସ୍ତ ପାଠ୍ୟକ୍ରମର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାଧ୍ୟତାମୂଳକ । ୟୁଜିସି ତରଫରୁ ସ୍ପଷ୍ଟ ଭାବରେ କୁହାଯାଇଛି ସେପେଫମ୍ବର ମାସ ଶେଷ ସୁଦ୍ଧା ପରୀକ୍ଷା ପରିଚାଳନା କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ୟୁଜିସି ଉପାଧ୍ୟକ୍ଷ ଭୂଷଣ ପଟବର୍ଦ୍ଧନ କହିଛନ୍ତି ସମସ୍ତ ବିଶ୍ୱବିଦ୍ୟାଳୟକୁ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ଅନୁଷ୍ଠିତ କରିବାକୁ ପଡିବ, ବିନା ପରୀକ୍ଷାରେ ଡିଗ୍ରୀ ଦିଆଯିବ ନାହିଁ । ଗତ ସପ୍ତାହରେ ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟ କମିଶନ (ୟୁଜିସି) ଏବଂ ଗୃହ ମନ୍ତ୍ରଣାଳୟ ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଫେସର ଭୂଷଣ ପଟବର୍ଦ୍ଧନ କହିଛନ୍ତି ଯେ ୟୁଜିସି ପରୀକ୍ଷା ଏବଂ ଏକାଡେମିକ୍‌ କ୍ୟାଲେଣ୍ଡର ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ୨୯ ଏପ୍ରିଲରେ ଏହାର ଗାଇଡଲାଇନରେ ସେୟାର କରିଛି । ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଶିକ୍ଷାବର୍ଷରେ ବିନା ପରୀକ୍ଷାରେ ଡିଗ୍ରୀ ପ୍ରଦାନ କରିବା ଠିକ୍‌ ନୁହେଁ । ପରୀକ୍ଷା ତାରିଖରେ କ୍ରମାଗତ ପରିବର୍ତ୍ତନ ହେତୁ ଛାତ୍ରଛାତ୍ରୀ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ୟୁଜିସିର ଉପାଧ୍ୟକ୍ଷ କହିଛନ୍ତି ଯେ ପରୀକ୍ଷା କରାଯିବ ବୋଲି ଆରମ୍ଭରୁ ସ୍ପଷ୍ଟ ଆମେ କରିସାରିଛୁ ।

Comments are closed.