ଭୁବନେଶ୍ୱର ରେ ୬୦ ଓ କଟକ ରେ ୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୧୬: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି I ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ୬୦ ଜଣ କରୋନା ଆକ୍ରାନ୍ତ I ସେଥିରୁ, ୪୦ ଜଣ quarantine ରେ ଥିଲେ I ବାକି ୨୦ ଜଣ ସ୍ଥାନୀୟ ସମ୍ପର୍କ ରେ ଆକ୍ରାନ୍ତ ହେଇଛନ୍ତି I ତେବେ, ଆଜି ୧୮ ଜଣ ରୋଗୀ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧୯ ରେ ପହଂଚିଛି I ସେଥିମଧ୍ୟରୁ, ୪୦୩ ଜଣ ସୁସ୍ଥ ହେଇସାରିଥିବା ବେଳେ, ୫୦୪ ଜଣ ଚିକିତ୍ସିତ ହେଉଛନ୍ତି I BMC ର ଟ୍ୱଇଟ ରେ ଦିଆଯାଇଥିବା ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହେଇଛି I
ସେହିପରି କଟକ ସହର ରେ ୧୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ବୋଲି CMC ର ଟ୍ୱଇଟ ରୁ ଜଣାପଡିଛି I ତେବେ, ସମସ୍ତ କେଶ Quarantine କେଶ I ୫ ଜଣ Institutional Quarantine ରୁ ଚିହ୍ନଟ ହେଇଥିବା ବେଳେ ଜଣେ paid Quarantine ରୁ ଏବଂ ବାକି ୧୩ ଜଣ Home Quarantine ରୁ ଚିହ୍ନଟ ହେଇଛନ୍ତି I
କଟକ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ କୁ ବୃଦ୍ଧି ପାଇଛି ଏବଂ ସେଥିରୁ, ୧୫୭ ଜଣ ସୁସ୍ଥ ହେଇଛନ୍ତି I ୧୫୦ ଜଣ ଚିକିତ୍ସିତ ହେଉଛନ୍ତି I

Comments are closed.