ଭୁବନେଶ୍ୱର ରେ ଗୋଟିଏ ଦିନରେ ୧୨୮ ଏବଂ କଟକ ରେ ୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:ଜୁଲାଇ ୩୧: ଭୁବନେଶ୍ୱର ରେ ୧୨୮ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୮୫ ଟି Quarantine Case ଥିବାବେଳେ ୪୩ ଟି Local Contact Case ଅଛି I ଏହି ୧୨୮ ଟି ନୂଆ କେଶ କୁ ମିଶାଇ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କୋଭିଡ-୧୯ ପଜିଟିଭ କେଶ ସଂଖ୍ୟା ୨,୭୩୫ କୁ ବୃଦ୍ଧି ପାଇଛି I
ଆଜି ୯୪ ଜଣ ସୁସ୍ଥ ହେଇଛନ୍ତି ଏବଂ ଏବେ ସୁଦ୍ଧା ମୋଟ ୧,୪୩୩ ଜଣ ସୁସ୍ଥ ହେଇସାରିଲେଣି I ଏ ପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହେଇଛି I ଏବେ ଚିକିତ୍ସାଧୀନ ଅଛନ୍ତି ୧୨୮୫ ଜଣ I
କଟକ ସହର ରେ ମୋଟ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୯ ଟି Institutional Case , ୪ ଟି Home Quarantine Case , ୨ ଟି ପଇଡ଼ Quarantine Case ଏବଂ ୭ ଟି Local Contact Case I ଏହାକୁ ମିଶାଇ, କଟକରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୯୦୬ କୁ ବୃଦ୍ଧି ପାଇଛି I ଏ ପର୍ଯ୍ୟନ୍ତ ୪୩୯ ଜଣ ସୁସ୍ଥ ହେଇସାରିଥିବା ବେଳେ ୪୫୭ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.