ବିଧାୟକ ସୌମ୍ୟରଞ୍ଜନଙ୍କୁ କରୋନା

ଭୁବନେଶ୍ୱର : ଅଗଷ୍ଟ ୧୧:ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ସମ୍ପର୍କରେ ସେ ନିଜ ଟ୍ୱି୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ସ୍ୱ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ମୁଁ କରୋନା ପଜିଟିଭ ଥିବା ଜଣାପଡିଛି । ତାଥାପି ମୁଁ ସୁସ୍ଥ ଅଛି ବୋଲି ସେ କହିଛନ୍ତି । ଗତ ସପ୍ତାହ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସୌମ୍ୟ ରଂଜନ ଅନୁରୋଧ କରିଛନ୍ତି ।

Comments are closed.