ମୋଦିଜୀ ଚାହିଁଲେ ଖେଳିପାରନ୍ତି ଧୋନି: ଅଖତର

ନୂଆଦିଲ୍ଲୀ, ଅଗଷ୍ଟ ୧୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କଲେ ମହେନ୍ଦ୍ର ସିଂହ ଧୋନି ସନ୍ନ୍ୟାସ ନିଷ୍ପତ୍ତିରୁ ଓହରି ଆଗାମୀ ୨୦୨୧ ଟି-୨୦ ବିଶ୍ୱକପ୍‌ ଖେଳିପାରନ୍ତି ବୋଲି କହିଛନ୍ତି ପୂର୍ବତନ ଦ୍ରୁତ ପାକିସ୍ତାନୀ ବୋଲର ତଥା ରାଓଲପିଣ୍ଡି ଏକ୍ସପ୍ରେସ୍‌ ସୋଏବ ଅଖତର । ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଯେଭଳି ଭାବେ କୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ ଓ ସମ୍ମାନିତ କରିଆସିଛନ୍ତି ଦରକାର ପଡ଼ିଲେ ସେ ଧୋନିଙ୍କୁ ବିଶ୍ୱକପ୍‌ ଖେଳିବାକୁ ଅନୁରୋଧ କରିପାରନ୍ତି । ସୋଏବ ତାଙ୍କ ଦେଶର କିମ୍ବଦନ୍ତୀ ଖେଳାଳି ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଉଦାହରଣ ଦେଇ କହିଛନ୍ତି, ଇମ୍ରାନ୍‌ ଖେଳୁଥିବା ସମୟରେ ସେତେବେଳର ପ୍ରଧାନମନ୍ତ୍ରୀ ଜିୟା-ଉଲ୍‌-ହକ୍‌ ତାଙ୍କୁ ୧୯୮୭ ପର୍ଯ୍ୟନ୍ତ ଖେଳ ଜାରିରଖିବାକୁ ଅନୁରୋଧ କରିଥିଲେ । ଯାହାକୁ ମାନି ଇମ୍ରାନ୍‌ ୧୯୮୭ ପର୍ଯ୍ୟନ୍ତ ଖେଳିଥିଲେ । ମୋତେ ଲାଗୁଛି ଧୋନି ମୋଦିଜୀଙ୍କ କଥା ଟାଳିପାରିବେ ନାହିଁ । ଧୋନିଙ୍କପରି ଦିଗ୍‌ଗଜ ଖେଳାଳି ନିଶ୍ଚିତ ଭାବେ ଏକ ଭବ୍ୟ ଫେର୍‌େୱଲ୍‌ ମ୍ୟାଚ୍‌ର ହକ୍‌ଦାର । ମତେଲାଗୁଛି ଭାରତ ପକ୍ଷରୁ ଏହି ସୁଯୋଗ ତାଙ୍କୁ ନିଶ୍ଚିତ ଦିଆଯିବ ।

Comments are closed.