ଭୁବନେଶ୍ୱର: ଅଗଷ୍ଟ ୧୯: ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ । ଚଳିତ ବର୍ଷ ପାସ୍ ହାର ୭୪.୯୫ ପ୍ରତିଶତ ରହିଥିବା ବେଳେ ପୂର୍ବ ବର୍ଷ ଅପେକ୍ଷା ପାସ୍ ହାର ୪.୬୯ ପ୍ରତିଶତ ବୃଦ୍ଧି ପାଇଛି । ଏଥର ୪୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।
ଯୁକ୍ତ ୨ ବାଣିଜ୍ୟ ବିଭାଗ ପରୀକ୍ଷାରେ ସବୁଠାରୁ ଅଧିକ ନମ୍ବର ରଖି ୧ନମ୍ବର ସ୍ଥାନରେ ନୟାଗଡ଼ ଏଚଏସ ସ୍କୁଲର ସୀତୁ ବେହେରା ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମନସ୍ୱିତା ମହାନ୍ତି । ନୟାଗଡ଼ରେ ସର୍ବାଧିକ ପାସ୍ ହାର ୮୮.୭୦ ପ୍ରତିଶତ ରହିଥିବା ବେଳେ ସର୍ବନିମ୍ନ ପାସ୍ ହାର ୩୪.୧୭ ପ୍ରତିଶତ ଦେବଗଡ଼ରେ ରହିଛି । ୨୯ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଛାତ୍ରଛାତ୍ରୀ ଶହେ ପ୍ରତିଶତ ରେଜଲ୍ଟ କରିଥିବା ବେଳେ ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ପାସ୍ କରି ନଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ସହିଭଳି ଟପ୍-୧୦ରେ ନିଜ ସ୍ଥାନ ବନାଇପାରିଛନ୍ତି ସରସ୍ୱତୀ ବିଦ୍ୟା ମନ୍ଦିର ଏଚ୍ଏସ୍ ସ୍କୁଲ, ବ୍ରହ୍ମପୁରର ରାହୁଲ ପ୍ରସନ୍ନ ସାହୁ, ରେଭେନ୍ସା ଏଚ୍ଏସ୍ ସ୍କୁଲର ନିକୁଞ୍ଜ ଅଗ୍ରୱାଲ, କେନ୍ଦ୍ରାପଡା ଏଚ୍ଏସ୍ ସ୍କୁଲର ସୁନୀଲ ପଣ୍ଡା, ବକ୍ସି ଜଗବନ୍ଧୁ ବିଦ୍ୟାଧର ଏଚ୍ଏସ୍ ସ୍କୁଲର ଆଦ୍ୟାଶା ନନ୍ଦିନୀ, ନାଇସ ଏଚ୍ଏସ୍ ସ୍କୁଲ ଅଫ କମର୍ସ, ବଲାଙ୍ଗୀରରୁ ରାମ ପ୍ରସାଦ ପାତ୍ର, ସରସ୍ୱତୀ ବିଦ୍ୟା ମନ୍ଦିର ଏଚ୍ଏସ୍ ସ୍କୁଲ, ବ୍ରହ୍ମପୁରର ଏସ୍ ସାଇ କ୍ରିଷ୍ଣ ପାତ୍ର, ବିକାଶ ଏଚ୍ଏସ୍ ସ୍କୁଲ, ବରଗଡ଼ର ଶିଖର ଅଗ୍ରୱାଲ ଏବଂ ଖଲିକୋଟ ଏଚ୍ଏସ୍ ସ୍କୁଲର ପି. ରାକେଶ । ଚଳିତ ବର୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଥିବା ବେଳେ ୧୯ ହଜାର ୩୧୮ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ଏଥର ୧୨ ହଜାର ୨୧୫ ଜଣ ଛାତ୍ର ପାସ୍ କରିଥିବା ବେଳେ ସେମାନଙ୍କ ପାସ୍ ହାର ୭୩.୩୭ ପ୍ରତିଶତ ରହିଛି । ସେହିପରି ୭ହଜାର ୧୦୩ଜଣ ଛାତ୍ରୀଙ୍କ ପାସ୍ କରିଥିବା ବେଳେ ସେମାନଙ୍କ ପାସ୍ ହାର ୭୭.୮ ପ୍ରତିଶତ ରହିଛିି । ବାଣିଜ୍ୟରେ ୪୦ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ପ୍ରଥମ ଶ୍ରେଣୀରେ ୬,୬୧୦, ଦ୍ୱିତୀୟ ଶ୍ରେଣୀରେ ୪, ୨୫୯ ଓ ତୃତୀୟ ଶ୍ରେଣୀରେ ୮,୩୬୧ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ଜଣାପଡ଼ିଛି ।
Comments are closed.