ଦେଶରେ ୨୪ ଘଣ୍ଟାରେ ୩୮ ହଜାର ୯୪୯ ଜଣ କରୋନାରେ ସଂକ୍ରମିତ

ଭୁବନେଶ୍ୱର: ଜୁଲାଇ ୧୬: ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୯୪୯ ଜଣ କରୋନାରେ ସଂକ୍ରମିତ ହେଇଛନ୍ତି। ଅନ୍ୟପକ୍ଷରେ, ୪୦ ହଜାର ୦୨୬ ଜଣ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଦେଶରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧ଲକ୍ଷ ୮୩ ହଜାର ୮୭୬ରେ ପହଞ୍ଚିଛି।୨୪ ଘଣ୍ଟାରେ ୫୪୨ ଜଣଙ୍କର ମୃତୁ୍ୟ ହୋଇଛି ଏବଂ ଦେଶରେ କରୋନା ଜନିତ ମୋଟ୍‌ ମୃତୁ୍ୟ ସଂଖ୍ୟା ୪ ଲକ୍ଷ ୧୨ ହଜାର ୫୩୧କୁ ବୃଦ୍ଧି ପାଇଛି। ସୁଖର କଥା, ସକ୍ରିୟ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ କମିବାରେ ଲାଗିଛି। ଆଜି ଏହା ୪ ଲକ୍ଷ ୩୦ ହଜାର ୪୨୨କୁ ହ୍ରାସ ପାଇଛି। ଏହି ସଂଖ୍ୟା ମୋଟ୍‌ ସଂକ୍ରମିତ ସଂଖ୍ୟାର ୧. ୩୯ ପ୍ରତିଶତରେ ପହଞ୍ଚିଛି। ସାପ୍ତାହିକ ପଜିଟିଭିଟି ହାର ୨.୧୪ ପ୍ରତିଶତ ଥିବା ବେଳେ ଦୈନିକ ପଜିଟିଭିଟି ହାର ୧.୯୯ ପ୍ରତିଶତ ରହିଛି।

Comments are closed.