ଦିଲ୍ଲୀ: ଜୁଲାଇ ୨୪: ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୮୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହା ସହ ଦେଶରେ ଏବେ ପର୍ଯ୍ୟନ୍ତ ୩ କୋଟି ୫ ଲକ୍ଷ ୩ ହଜାର ୧୬୬ ଜଣ ସୁସ୍ଥ ହୋଇସାରିଲାଣି । ସୁସ୍ଥତା ହାର ୯୭.୩୫ ପ୍ରତିଶତ ରହିଛି ।
୨୪ ଘଣ୍ଟାରେ ଦେଶରେ ୩୯ ହଜାର ୯୭ ଜଣ କରୋନା ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସାପ୍ତାହିକ ପଜିଟିଭିଟି ହାର ୨.୨୨ ପ୍ରତିଶତ ରହିଥିଲା ବେଳେ ଦୈନିକ ପଜିଟିଭିଟି ହାର ୨.୪୦ ପ୍ରତିଶତ ରହିଛି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୫୪୬ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଦେଶରେ ମୋଟ୍ କରୋନାଜନିତ ମୃତୁ୍ୟ ସଂଖ୍ୟା ଏବେ ୪ ଲକ୍ଷ ୨୦ ହଜାର ୧୬ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪୨ କୋଟି ୭୮ ଲକ୍ଷ ୮୨ ହଜାର ୨୬୧ ଜଣ କରୋନା ଟିକା ନେଇସାରିଲେଣି ।
Comments are closed.