ଭୁବନେଶ୍ୱର: ଜୁଲାଇ ୨୪: ଟୋକିଓ ଅଲମ୍ପିକ୍ସର ମହାକୁମ୍ଭରେ ପ୍ରଥମ ଦିନରୁ ଖେଳାଳୀମାନଙ୍କ ଜୋର୍ଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ୪୯ କେଜି ବର୍ଗର ଭାରଉତ୍ତୋଳନରେ ମୀରାବାଈ ରୌପ୍ୟ ପଦକ ଜିତି ଭାରତର ଗର୍ବ ବଢ଼ାଇଛନ୍ତି । ଏହାସହ ସେ ଚଳିତ ବର୍ଷ ଅଲମ୍ପିକ୍ସରେ ଦେଶର ପ୍ରଥମ ପଦକ ବିଜେତା ହୋଇଛନ୍ତି ।
ଭାରତୀୟ ଖେଳାଳୀ ସୌରଭ ଚୌଧରୀ ପୁରୁଷ ୧୦ ମିଟର ପିସ୍ତଲ୍ ସୁଟିଂ ପ୍ରତିଯୋଗିତାରେ ଫାଇନାଲକୁ ଯାଇଛନ୍ତି । ସେ କ୍ୱାଲିଫାଇଙ୍ଗ୍ ରାଉଣ୍ଡରେ ୫୮୬ ପଏଣ୍ଟ କରି ନିଜ ସ୍ଥାନକୁ ଫାଇନାଲ୍ରେ ଦୃଢ଼ କରିଥିଲେ । ତାଙ୍କ ସହିତ ପ୍ରତିଯୋଗୀ ଅଭିଷେକ ବର୍ମା ୫୭୫ ପଏଣ୍ଟ କରି ୧୭ ନମ୍ବର ସ୍ଥାନରେ ରହିଛନ୍ତି ।
ମହିଳା ୧୦ ମିଟର ପିସ୍ତଲ୍ ସୁଟିଂ କ୍ୱାଟରଫାଇନାଲ୍ ରାଉଣ୍ଡରେ ଅପୂର୍ବି ଚାନ୍ଦେଲା ଏବଂ ଏଲାଭେନିଲ୍ ବାଲାରିବନ୍ ଖରାପ ପଦର୍ଶନ କରି ଏହି ଖେଳରୁ ବାଦ୍ ପଡ଼ିଛନ୍ତି ।
ମନିକା ବାତ୍ରା ଏବଂ ଅଚନ୍ତା ଶରତ କମଲ ଟେବୁଲ୍ ଟେନିସ୍ ମିକ୍ସ ଡବଲ୍ରେ ଭାରତୀୟ ଖେଳପ୍ରେମୀଙ୍କୁ ନିରାଶ କରିଛନ୍ତି । ରାଉଣ୍ଡ ଅଫ୍ ୧୬ରେ ସେମାନେ ଚୀନ୍ର ତାଇପେ ଯୋଡ଼ିଙ୍କ ଠାରୁ ପରାଜୟ ହୋଇଛନ୍ତି ।
ସୂଚନାଥାଉକି, ଜାପାନ ରାଜଧାନୀ ଟୋକିଓ ସହରରେ ଦ୍ୱିତୀୟ ଥର ପାଇଁ ଅଲମ୍ପିକ୍ସ ଆୟୋଜିତ ହୋଇଛି । ପୂର୍ବରୁ ସେଠାରେ ୧୯୬୪ ମସିହାରେ ହୋଇଥିଲା ।
Comments are closed.