ବିଗ୍‌ବସ୍‌ ଓଟିଟି ରିଅଲିଟି ସୋ ହୋଷ୍ଟ୍‌ କରିବେ କରନ୍‌

ଦିଲ୍ଲୀ: ଜୁଲାଇ ୨୪: ହିନ୍ଦୀ ଟେଲିଭିଜନ୍‌ ଜଗତର ସବୁଠାରୁ ବଡ଼ ସୋ ବିଗ୍‌ବସ୍‌ ଏବେ ଓଟିଟି ପ୍ଲାଟ୍‌ଫର୍ମରେ ପ୍ରସାରିତ ହେବାକୁ ଯାଉଛି । ଏହାକୁ ନିର୍ଦ୍ଦେଶକ କରନ୍‌ ଜୋହର ହୋଷ୍ଟ୍‌ କରିବେ । ବିଗ୍‌ବସ୍‌ ଓଟିଟି ୬ ସପ୍ତାହ ପାଇଁ ପ୍ରସାରିତ ହେବ । ଚଳିତ ବର୍ଷ ଅଗଷ୍ଟ ୮ ତାରିଖରେ ଏହି ସୋ ପ୍ରସାରିତ ହୋଇପାରେ । ଏହାସହ ଦର୍ଶକ ସବୁ ସମୟରେ ଏହାକୁ ଲାଇଭ୍‌ ଦେଖିପାରିବାର ସୁବିଧା ରହିଛି । ଭୁଟ୍‌ ଆପ୍‌ରେ ବିଗ୍‌ବସ୍‌ ଓଟିଟି କେବଳ ଏକ ଘଣ୍ଟା ପାଇଁ ପ୍ରସାରିତ ହେବ । ଏହି କାର୍ଯ୍ୟକ୍ରମ ଶେଷ ହୋଇସାରିଲା ପରେ କଲର୍ସ ଚ୍ୟାନେଲ୍‌ରେ ବିଗ୍‌ବସ୍‌ ସିଜନ୍‌ ୧୫ ଆରମ୍ଭ ହେବ । ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଅଭିନେତା ସଲ୍‌ମାନ ଖାନ୍‌ ଏହାକୁ ହୋଷ୍ଟ କରିବେ ।

Comments are closed.