ମହାରାଷ୍ଟ୍ରରେ ପ୍ରବଳ ବନ୍ୟା

ଦିଲ୍ଲୀ: ଜୁଲାଇ ୨୪: ମହାରାଷ୍ଟ୍ରରେ ଲଗାତାର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ବହୁ ଧନ ଜୀବନ ହାନି ହୋଇଛି । ଗତ କାଲି ରାଇଗଡ଼ ଜିଲ୍ଲାର ତାଲିଆ ଗ୍ରାମରେ ମହାଡ଼ ତାଲୁକାଠାରେ ଭୂÕଳନ ଘଟିଥିଲା । ଆଜି ସେହିସବୁ କ୍ଷତିଗ୍ରସ୍ତ ସ୍ଥାନକୁ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।
ଅନ୍ୟପକ୍ଷେ ବନ୍ୟାରେ ମୃତଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୫ ଲକ୍ଷ ଟଙ୍କା ଦେବା ସହ ଆହତମାନଙ୍କୁ ମାଗଣାରେ ଚିକିସିା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ।
ମହାରାଷ୍ଟ୍ରର ରିଲିଫ ଆଣ୍ଡ ରିହାବିଲିଟାସନ୍‌ ବିଭାଗ ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ବନ୍ୟାରେ ୭୬ ଜଣ ଲୋକ ଓ ୭୫ଟି ଜୀବଜନ୍ତୁ ପ୍ରାଣ ହରାଇସାରିଛନ୍ତି । ୩୮ ଜଣ ଲୋକ ଆହତ ହୋଇଛନ୍ତି । ୩୦ ଜଣ ଲୋକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ଅନ୍ୟପକ୍ଷେ ୯୦ ହଜାର ଲୋକଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତରଣ କରାଯାଇଛି ।

Comments are closed.