ଭୁବନେଶ୍ୱର: ଜୁଲାଇ ୨୬: କରୋନା ମହାମାରୀ ଯୋଗୁଁ ତିନି ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ଆଜି ଠାରୁ ଶ୍ରେଣୀ କକ୍ଷରେ ପାଠପଢ଼ା ଆରମ୍ଭ ହେଉଛିି । ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଡୁର୍) ଅନୁସାରେ, ବିଦ୍ୟାଳୟଗୁଡ଼ିକ ସକାଳ ୧୦ରୁ ମଧ୍ୟାହ୍ନ ୧.୩୦ ପର୍ଯ୍ୟନ୍ତ ଖୋଲା ରହିବ । ବିଦ୍ୟାଳୟକୁ କୌଣସି ଛାତ୍ରଛାତ୍ରୀ ଖାଦ୍ୟ ସାଙ୍ଗରେ ଆଣିବେ ନାହିଁ ।
ତେବେ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଆସିବାକୁ ବାଧ୍ୟ ନୁହଁନ୍ତି । ବିଦ୍ୟାର୍ଥୀମାନେ ନିଜ ନିଜ ପିତାମାତା ବା ଅଭିଭାବକମାନଙ୍କ ନିଷ୍ପତ୍ତିି ଅନୁସାରେ ବିଦ୍ୟାଳୟକୁ ଆସିପାରିବେ । ଏହା ବ୍ୟତୀତ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନ୍ କ୍ଲାସ୍ (ଯେଉଁମାନେ ବିଦ୍ୟାଳୟକୁ ଆସିବାକୁ ଚାହୁଁନଥିବେ) ଜାରି ରହିବ ।
କୋଭିଡ ଗାଇଡଲାଇନ୍ ଅନୁସାରେ, ବିଦ୍ୟାଳୟ ଆରମ୍ଭ ହେବାର ପୂର୍ବରୁ ପ୍ରତ୍ୟେକ ଶ୍ରେଣୀ ଗୃହ, ଆସବାବପତ୍ର, ଲାଇବ୍ରେରୀ, ଲାବ୍ରୋଟେରୀ ଏବଂ ସାଧାରଣ ବ୍ୟବହାର ସ୍ଥାନମାନଙ୍କୁ ପରିଷ୍କାର କରାଯିବା ସହିତ ସାନିଟରାଇଜ୍ ସିଞ୍ଚନ କରାଯାଇଛି ।
ବିଦ୍ୟାଳୟଗୁଡ଼ିକରେ ପୃଥକ୍ କୋଠରି ପ୍ରସ୍ତୁତ କରାଯିବା ନେଇ ବ୍ୟବସ୍ଥା ହୋଇଛି । ଯଦି କୌଣସି ଛାତ୍ରଛାତ୍ରୀଙ୍କ ବା ଶିକ୍ଷକଶିକ୍ଷୟତ୍ରୀବା କୌଣସି ସ୍କୁଲ କର୍ମଚାରୀଙ୍କଠାରେ କରୋନା ଲକ୍ଷଣ ଦେଖାଯାଏ, ତେବେ ସେମାନେ ସେହି କୋଠରିରେ ନିଜ ନିଜକୁ ପୃଥକ୍ କରି ରଖିପାରିବେ । ଏହାସହ ବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷ ସଂକ୍ରମିତ ଛାତ୍ରଛାତ୍ରୀଙ୍କ ବିଷୟରେ ସେମାନଙ୍କ ପିତାମାତ ବା ଅଭିଭାବକଙ୍କୁ ଜଣାଇବା ସହିତ ରାଜ୍ୟ କିମ୍ବା କୋଭିଡ ହେଲ¬¬ଲାଇନ୍କୁ ସୂଚନା କରିବେ ।
ବିଦ୍ୟାଳୟଗୁଡ଼ିକର ସମସ୍ତ ଶୌଚାଳୟରେ ସାବୁନ୍, କଠିନ ଓ ତରଳ ସାନିଟରାଇଜ୍ ସହ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା ରହିବା ଜରୁରୀ । ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ସାନିଟରାଇଜ୍ ବ୍ୟବହାର କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।
ସେହିପରି ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନେ ସାମାଜିକ ଦୂରତା ବଜାୟ ରଖି ଯେପରି ବସିବେ ସେଥିପ୍ରତି ଶିକ୍ଷକମାନେ ଗୁରୁତ୍ୱ ଦେବେ । ଶ୍ରେଣୀରେ ଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ରୋଲ୍ ନମ୍ବର ଅନୁଯାୟୀ ବସିବା ସ୍ଥାନ ନିର୍ଦ୍ଧାରିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛିି ।
ସେହିପରି ଥର୍ମାଲ ସ୍କ୍ରିଂନି ପରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ଅନ୍ୟ କର୍ମଚାରୀମାନେ ବିଦ୍ୟାଳକୁ ପ୍ରବେଶ କରିବେ ବୋଲି କୁହାଯାଇଛି । ଏହିସବୁ ଗାଇଡଲାଇନ୍ ବା କୋଭିଡ଼ କଟକଣାକୁ ସଠିକ୍ ଭାବେ ପାଳନ କରାଯିବା ନେଇ ନିଶ୍ଚିିତ କରିବାକୁ ପ୍ରତ୍ୟେକ ଜିଲ୍ଲାକୁ ନୋଡାଲ୍ ଅଧିକାରୀମାନଙ୍କୁ ପଠାଯିବାର ବନ୍ଦୋବସ୍ତ ମଧ୍ୟ ହୋଇଛି ।
Comments are closed.