କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

ଦିଲ୍ଲୀ: ଜୁଲାଇ ୨୬: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ୍‌ ୟେଦ୍ଦୁରªା ଇସ୍ତଫା ଦେବା ପରେ କର୍ଣ୍ଣାଟକ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ରାଜ୍ୟର ଅନେକ ନେତା ଓ ମନ୍ତ୍ରୀ ରାଜ ଭବନରେ ଯାଇ ପହଞ୍ଚିଛନ୍ତି । ଆଗାମୀ ସମୟରେ କଣ ଘଟିବ ସେ ନେଇ ରାଜ୍ୟ ରାଜନୀତି ବର୍ତ୍ତମାନ ସରଗରମ । ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ଦୁରªା ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ଦୁଇ ବର୍ଷ ପୂରଣ ହେବା ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ୟେଦ୍ଦୁରªା ନିଜ ଇସ୍ତଫା ବିଷୟରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସେ କହିଛନ୍ତି- ମୁଁ କାହା ଚାପରେ ନୁହେଁ, ନିଜ ଇଚ୍ଛାରେ ଇସ୍ତଫା ଦେଇଛି । ମୋତେ ସେବା କରିବାର ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ ମୁଁ ଆନ୍ତରିକତା ସହ ଧନ୍ୟବାଦ ଜଣାଉଛି । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଜାତୀୟ ସଭାପତି ଜେପି ନzା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଉଛି ।

Comments are closed.