ଅଭିନୟ କରିବେ ଗୁରୁ ରନ୍ଧାବର

ଭୁବନେଶ୍ୱର : ଜୁଲାଇ ୨୬: ନାଚ୍‌ ମେରୀ ରାନୀ, ବେବି ଗାର୍ଲ, ଲାହୋର, ପଟୋଲା ଆଦି ଲୋକପ୍ରିୟ ଗୀତ ଗାଇ ସଙ୍ଗୀତପ୍ରେମୀଙ୍କ ମନ ଜିଣିଥିବା ପଞ୍ଜାବୀ ଗାୟକ ଗୁରୁ ରନ୍ଧାବର ଏବେ ଅଭିନୟ କରିବା ପାଇଁ ମନ ବଳାଇଛନ୍ତି । ସେ ପ୍ରଥମଥର ପାଇଁ ହିନ୍ଦୀ ଫିଚର ଫିଲ୍ମରେ ଅଭିନୟ କରିବେ । ନିଜର ଆଗକୁ ଆସୁଥିବା ଫିଲ୍ମ ପ୍ରୋଜେକଫକୁ ନେଇ ସେ ଆଶାବାଦୀ । ଏହାସହ ସେ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବା ଆଶା ବହୁ ଆଗରୁ ରଖିଥଲେ ବୋଲି କହିଛନ୍ତି । ନିଜକୁ ନୂତନ ଏବଂ ସୃଜନଶୀଳ ଉପାୟରେ ଆବିଷ୍କାର କରିବାକୁ ସେ ଚେଷ୍ଟା କରିବେ ବୋଲି ସୋସିଆଲ୍‌ ମିଡିଆରେ ପ୍ରକାଶ କରିଛନ୍ତି ।
ତେବେ ଫିଲ୍ମର ନାମ ଏପର୍ଯ୍ୟନ୍ତ ଘୋଷଣା ହୋଇନି । ଫିଲ୍ମଟି ଏକ ସଙ୍ଗୀତ ଉପରେ ପର୍ଯ୍ୟବେଶିତ ।

Comments are closed.