ଭୁବନେଶ୍ୱର: ଜୁଲାଇ ୨୭: ଟୋକିଓ ଅଲମ୍ପିକ୍ସର ଆଜି ପଞ୍ଚମ ଦିନରେ ଭାରତୀୟ ପୁରୁଷ ହକି ଦଳ ଉସିାହପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି । ଭାରତୀୟ ଦଳ ସ୍ପେନକୁ ୩-୦ରେ ପରାସ୍ତ କରିଛି ।
ଡ୍ରଗ୍ଫ୍ଲିକର ରୂପିନ୍ଦର ପାଲ ସିଂ ଦୁଇଟି ଗୋଲ୍ କରି ଭାରତୀୟ ହକି ଦଳକୁ ବିଜୟ ପଥ ଦେଖାଇଥିଲେ । ସେ ୧୫ରୁ ୫୧ ମିନିଟ ସମୟ ମଧ୍ୟରେ ଗୋଲ୍ କରିଥିବା ବେଳେ ସିମ୍ରନଜିତ ସିଂହ ୧୪ ମିନିଟ୍ ମଧ୍ୟରେ ଗୋଟିଏ ଗୋଲ୍ କରିଥିଲେ । ଆସନ୍ତା ଗୁରୁବାର ଦିନ ଆର୍ଜେଣ୍ଟିନା ହକି ଦଳ ସହିତ ଭାରତୀୟ ଦଳ ଖେଳିବ ।
ପ୍ରଥମଥର ଅଲମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ମହିଳା ବକ୍ସର ଲବଲିନା ବୋରଗୋହେନ୍ ବକ୍ସିଂ ଖେଳ (୬୪ରୁ ୬୯ କଲୋ ବର୍ଗ)ର ୧୬ ରାଉଣ୍ଡରେ ଜର୍ମାନର ନାଦିନ ଆପେଫଜ୍ଙ୍କୁ ୩-୨ରେ ପରାସ୍ତ କ୍ୱାଟର ଫାଇନାଲ୍ରେ ପହଞ୍ଚିଛନ୍ତି ।
ଅନ୍ୟପକ୍ଷେ, ଭାରତୀୟ ଟେବୁଲ୍ ଟେନିସ୍ ଖେଳପ୍ରେମୀଙ୍କୁ ନିରାଶ ମିଳିିଛି । ପୁରୁଷ ସିଙ୍ଗଲସ୍ ଟେବୁଲ୍ ଟେନିସ୍ରେ ଭାରତର ଅଚାନ୍ତ ଶରତ କମଲ ଚୀନର ବିଶ୍ୱ ଚମ୍ପିଆନ୍ ମା ଲୋଙ୍ଗଙ୍କଠାରୁ ପରାସ୍ତ ହୋଇଛନ୍ତି ।
Comments are closed.