ରାଜ କୁନ୍ଦ୍ରାଙ୍କ ଫିଲ୍ମରେ ଓଡ଼ିଆ ଅଭିନେତା

ଭୁବନେଶ୍ୱର: ଜୁଲାଇ ୨୭: ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରିବା ଅଭିଯୋଗରେ ରାଜ କୁନ୍ଦ୍ରା ଗିରଫ ହେବାପରେ, ଏହି କେସ୍‌ରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କୁନ୍ଦ୍ରାଙ୍କ ପ୍ରଡସକ୍ସନ ହାଉସ୍‌ ଏବଂ ଫିଲ୍ମରେ କାମ କରୁଥିବା ଲୋକଙ୍କୁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ଏବେ ପଚରାଉଚରା କରୁଛି । ଏମାନଙ୍କ ମଧ୍ୟରେ ଜଣ ଓଡ଼ିଆ ଅଭିନେତା ଥିବା ଖବର ଆସିଛି । ଅଭିନେତାଙ୍କ ନାମ ସେକ୍ସପିଅର ତ୍ରିପାଠୀ । ସେ କୁନ୍ଦ୍ରାଙ୍କ ପ୍ରଡକ୍ସନ୍‌ ହାଉସ୍‌ରେ ମଡେଲ ଓ ଅଭିନେତା ଭାବେ କାର୍ଯ୍ୟ କରୁଛନ୍ତି । ରାଜ କୁନ୍ଦ୍ରାଙ୍କ ଦ୍ୱାରା ନିର୍ମିତ ପେଜ-୩ ଓ ସୁର ତାଲ୍‌ ଫିଲ୍ମରେ ସେ ଅଭିନୟ କରିଛନ୍ତି । ତେବେ ଏହି ଦୁଇଟି ଫିଲ୍ମ ହଟ୍‌ଶୁଟ୍‌ ଆପ୍‌ରେ ମୁକ୍ତିଲାଭ କରିଥିଲା । ଯେଉଁ ଆପ୍‌ରେ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ପ୍ରସାରଣ କରୁଥିଲେ । ସେକ୍ସପିଅର୍‌ଙ୍କ ଅଭିନିତ ଫିଲ୍ମରେ ବହୁ ଅଶ୍ଳୀଳତା ଦୃଶ୍ୟ ରହିଥିବା ଖବର ମିଳିଛି ।

Comments are closed.