ଶ୍ରୀନଗର: ମଇ ୧୩: ପୁଲ୍ୱାମାରେ ଆତଙ୍କବାଦୀମାନଙ୍କ ଗୁଳିରେ ଆହତ, ଚିକିତ୍ସାଧୀନ ଜଣେ ପୁଲିସ କନେଷ୍ଟବଳଙ୍କର ଆଜି ସକାଳେ ଦେହାନ୍ତ ହୋଇଛି । ଟୁଇଟ୍ କରି କଶ୍ମୀର ଜୋନ୍ ପୁଲିସ କହିଛି: ଆହତ ପୁଲିସ କନେଷ୍ଟବଳ ରେୟାଜ୍ ଅହମଦ୍ ଥୋକେରଙ୍କର ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି ଏବଂ ସେ ସହିଦ ହୋଇଛନ୍ତି । ସହିଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଏଭଳି ସଙ୍କଟଜନକ ସମୟରେ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଉଛୁ । ପୁଲ୍ୱାମାର ଗୁଦାରା ଅଞ୍ଚଳରେ ଗୁଳିବିଦ୍ଧ ହେବା ପରେ କନେଷ୍ଟବଳ ରେୟାଜ୍ଙ୍କୁ ତୁରନ୍ତ ସହରରେ ଥିବା ସେନାର ୯୨ ବେସ୍ ହସ୍ପିଟାଲକୁ ନିଆଯାଇଥିଲା କି;ୁ, ସେଠାରେ ତାଙ୍କର ଦେହାନ୍ତ ହୋଇଗଲା । ପୁଲିସ କହିବା ଅନୁସାରେ, ପୁଲ୍ୱାମାର ଗୁଦୂରା ଗ୍ରାମର ବାସିନ୍ଦା ରିୟାଜ୍ ଅହମଦ୍ ଥୋକେଙ୍ର୍କୁ ତାଙ୍କ ବାସଭବନରେ ଜଣେ ଆତଙ୍କବାଦୀ ଗୁଳି ମାରିଥିଲେ । ସେ ଅଞ୍ଚଳକୁ କର୍ଡନ୍ କରାଯାଇଛି । ଗୁଳି ଚଳାଇଥିବା ଆତଙ୍କବାଦୀଙ୍କୁ ଧରିବା ଲାଗି ଅଭିଯାନ ଚାଲିଛି ।
Comments are closed.