ଭୁବନେଶ୍ୱର : ମହାପ୍ରଭୁଙ୍କୁ ଅସମ୍ମାନ। ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ । ଅଡୁଆରେ ଟାଟୁ ଆଙ୍କିଥିବା ଆର୍ଟିଷ୍ଟ । ତେବେ ବିଦେଶିନୀ ଜଣକ ନିଜ ସୋସିଆଲ ଆକାଉଣ୍ଟରେ ଏହାକୁ ଅପଲୋଡ଼ କରିବା ପରେ ଘଟଣା ପଦାକୁ ଆସିଥିଲା । କୋଟି ଓଡ଼ିଆର ମଉଡ଼ମଣି ଜଗତର ନାଥ ଜଗନ୍ନାଥଙ୍କୁ ଏପରି ଅସମ୍ମାନକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକଶ ପାଇଛି । ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଚିତ୍ରକୁ ଶରୀରର ଏଭଳି ସ୍ଥାନରେ ଟାଟୁ କରିବାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ଗତକାଲି ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଛି ହିନ୍ଦୁ ସେନା । ସଂମୃକ୍ତ ଟାଟୁ ଆର୍ଟିଷ୍ଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଘଟନାନୁସାରେ, ସହିଦନଗରରେ ଥିବା ରକି ଷ୍ଟୁଡିଓ ପକ୍ଷରୁ ଦିଆଯାଇଥିବା ଷ୍ଟାଟସ୍ରେ ଜଣେ ଇଟାଲୀ ଯୁବତୀ ତାଙ୍କ ଆଣ୍ଠୁରେ ଜଗନ୍ନାଥ ଟାଟୁ ଥିବାର ନଜର ଆସିଥିଲା । ଏହି ଟାଟୁକୁ ଇନ୍ଷ୍ଟାଗ୍ରାମ୍ ଓ ହ୍ୱାଟସପ୍ରେ ସେୟାର କରାଯାଇଥିଲା । ଯାହାକୁ ନେଇ ବିବାଦ ବଢିଥିଲା । ଏହା ହିନ୍ଦୁର ଧର୍ମୀୟ ଭାବନାକୁ କୁଠାରଘାତ କରୁଥିବା ଜଗନ୍ନାଥ ପ୍ରେମୀମାନେ ଅଭିଯୋଗ କରିଥିଲେ । ଟାଟୁ ଆର୍ଟିଷ୍ଟଙ୍କୁ ଗିରଫ କରିବାକୁ ସାମାଜିକ କର୍ମୀ ଦାବି କରିଛନ୍ତି ।
ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ରକି ରଞ୍ଜନ ସାମ୍ନାକୁ ଆସି ସଫେଇ ଦେଇଛନ୍ତି । ଆଉ ଏଥିପାଇଁ ସମସ୍ତଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି । ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିଲା ପରେ ଟାଟୁ କୁ ଲିଭାଇବା ପାଇଁ କୁହାଯାଇଥିଲା ଇ ତେବେ ରକି ରଞ୍ଜନ କହିଛନ୍ତି ବର୍ତ୍ତମାନ ଟାଟୁ ଲିଭାଗଲେ ସଂକ୍ରମଣ ହେବାର ଆଶଙ୍କା ରହିଛି ଇ ମୁ ସମ୍ପୃକ୍ତ ଯୁବତୀଙ୍କ ସହ ଯୋଗାଯୋଗ କଳରିଛି ସେ ଏକ ମାସ ପରେ ସ୍ଟୁଡିଓକୁ ଆସି ଟାଟୁ ଲିଭାଇ ସେହି ସ୍ଥାନରେ ଅନ୍ୟ କିଛି ଟାଟୁ କରାଇବେ ବୋଲି କହିଛନ୍ତି ।