ଅନେକ ସମୟରେ ରୋଷେଇ ଘରେ ଦୁର୍ଘଟଣା ଘଟି କ୍ଷୟକ୍ଷତି ସହିତ ଜୀବନ ହାନି ଘଟିଥାଏ । ତେଣୁ ଯଦି ନିଆଁ ଲାଗିବା ଆଗରୁ ଏହାକୁ ଡିଟେକଫ କରିହେବ ତେବେ ଅନେକ ଦୁର୍ଘଟଣାକୁ ରୋକି ହେବ । ତେବେ ଏହି ଅଗ୍ନି ଚିହ୍ନଟ ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପନ୍ଥା ଆପଣାଇଥାଆନ୍ତି । କାଲିଫର୍ଣ୍ଣିଆର ଜଣେ ୧୨ ବର୍ଷର ଝିଅ ଏଭଳି ଏକ ଉପକରଣର ଉଦ୍ଭାବନ କରିଛନ୍ତି, ଯାହା ଖୁବ ଜଲଦି ଅନ୍ୟ ସ୍ମୋକ ଡିଟେକ୍ଟରଙ୍କ ଠାରୁ ନିଆଁକୁ ଚିହ୍ନଟ କରିପାରୁଛି । ୨୦୨୨ରେ ତାଙ୍କର ଘରପାଖରେ ଏକ ରେସ୍ତୋରାଁରେ ନିଆଁ ଲାଗି ଅନେକ କ୍ଷତି ହୋଇଥିଲା, ଯାହା ତାଙ୍କୁ ଏହି ଇନ୍ଭେନ୍ସନ୍ ପାଇଁ ପ୍ରେରିତ କରିଥିବା ସେ ପ୍ରକାଶ କରିଛନ୍ତି । ଏହି ଫାୟାର ଡିଟେକ୍ସନ୍ ସିଷ୍ଟମରେ ଏକ କଂପ୍ୟୁଟର ଥର୍ମାଲ କ୍ୟାମେରାକୁ ଫିଟ୍ କରାଯାଇଛି । ଯାହା ଖୁବ ଶୀଘ୍ର ସ୍ମୋକ୍କୁ ଡିଟେକ୍ଟ କରିବାରେ ସକ୍ଷମ । ଛାତ୍ରୀଙ୍କର ଘର ପାଖରେ ଥିବା ଏକ ରେସ୍ତୋରାଁରେ ନିଆଁ ଲାଗି ଅନେକ କ୍ଷୟକ୍ଷତି ହୋଇଥିଲା, ଯାହା ତାଙ୍କୁ ଏହି ଇନ୍ଭେନ୍ସନ୍ ପାଇଁ ପ୍ରେରିତ କରିଥିଲା । ସାଧାରଣତଃ ସ୍ମୋକ ଡିଟେକ୍ଟରଙ୍କୁ କାର୍ଯ୍ୟ କରିବାକୁ ଖୁବ ଅଧିକ ଧୂଆଁର ଆବଶ୍ୟକତା ହୋଇଥାଏ । ଯେଉଁ କାରଣରୁ ବିପଦର ଆଶଙ୍କା ବଢିଯାଇଥାଏ । ହେଲେ ଏହି ସିଷ୍ଟମ ସହାୟତାରେ ଖୁବ କମ ନିଆଁରୁ ଏହାକୁ ଚିହ୍ନଟ କରିହେବ, ଯାହାଫଳରେ ଏହାକୁ ନିୟନ୍ତ୍ରଣ କରିବା ସହଜ ହେବ । ଏହି ସିଷ୍ଟମରେ ବିଭିନ୍ନ ପ୍ରୋଗ୍ରାମ ଜରିଆରେ ମଣିଷ ଓ ସାମଗ୍ରୀ ମଧ୍ୟରେ ଥିବା ପାର୍ଥ୍ୟକକୁ ଅପଲୋଡ କରାଯାଇଛି, ଯାହା ଏହାର କାର୍ଯ୍ୟ କରିବାର କ୍ଷମତାକୁ ବଢାଇଥାଏ । ଛାତ୍ରୀ ଜଣଙ୍କ ନିଜର ଏହି ଉଦ୍ଭାବନ ପାଇଁ ପୁରସ୍କୃତ ମଧ୍ୟ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ କୁନି ବୈଜ୍ଞାନିକ ବୋଲି ସମ୍ବୋଧନ କରୁଛନ୍ତି ।
Comments are closed.