ବୋଲିଭିୟାରୁ ଏକ ଅବିଶ୍ୱସନୀୟ ଖବର ସାମ୍ନାକୁ ଆସିଛି । ବଳି ଦେବା ପାଇଁ ଜଣେ ଜୀବିତ ମଣିଷକୁ କଫିନରେ ବନ୍ଦ କରି ରଖି ଦିଆଯାଇଥିଲା । ପରିସ୍ରା ଲାଗିବାରୁ ଉକ୍ତ ବ୍ୟକ୍ତିର ନିଦ ଭାଙ୍ଗି ଯାଇଥିଲା ଓ ସେ ବହୁ କଷ୍ଟରେ କଫିନ ମଧ୍ୟରୁ ବାହାରକୁ ଆସିଥିିଲା । ଭିକଫର ହୁଗୋ ନାମକ ଏହି ବ୍ୟକ୍ତି ମଦର ଆର୍ଥ ଫେଷ୍ଟିଭାଲ୍ରେ ଭାଗ ନେବା ପାଇଁ ଏଠାକୁ ଆସିଥିଲେ । ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ସେ ବହୁ ପରିମାଣରେ ମଦ ପିଇଥିଲେ ।
ବ୍ରିଟିଶ ଖବରକାଗଜ ମେଟ୍ରୋର ତଥ୍ୟ ଅନୁଯାୟୀ ଏହି ଘଟଣା ବୋଲିଭିୟାର ଅଲ୍ ଅଲ୍ଟୋ ସହରର । ରିପୋର୍ଟ ଅନୁସାରେ ମଦର ଆର୍ଥ ଫେଷ୍ଟିଭାଲ୍ରେ ସ୍ଥାନୀୟ ଅଧିବାସୀ ଦେବୀଙ୍କ ଲାଗି ଜୀବିତ ପଶୁ ଠାରୁ ଆରମ୍ଭ କରି ମିଠା ଓ କୋକା ପତ୍ର ପର୍ଯ୍ୟନ୍ତ ସବୁକିଛି ଚଢାଇଥାନ୍ତି ।
୩୦ ବର୍ଷୀୟ ଭିକଫର କହିଛନ୍ତି ତାଙ୍କୁ ବଳି ଚଢାଇବାକୁ ଯୋଜନା କରାଯାଇଥିଲା । କୁହାଯାଉଛି ମଦର ଆର୍ଥ ଫେଷ୍ଟିଭାଲ୍ ଉଦଘାଟନର ଗୋଟିଏ ରାତି ପୂର୍ବରୁ ଭିକଫର ବହୁତ ମଦ ପିଇ ଦେଇଥିଲେ । ଏପରି ସ୍ଥିତିରେ ସ୍ଥାନୀୟ ଲୋକମାନେ ଏହାର ଫାଇଦା ଉଠାଇଥିଲେ । ସେ ସ୍ଥାନୀୟ ମିଡିଆକୁ କହିଛନ୍ତି ତାଙ୍କ ଶରୀରକୁ ମାଟି ଓ କଂକ୍ରିଟ୍ରେ ଢାଙ୍କି ଦିଆଯାଇଥିଲା । ଫେଷ୍ଟିଭାଲ୍ ଦିନ ମଦ ପିଇ ସେ ଡ୍ୟାନ୍ସରେ ମଜି ଯାଇଥିଲେ ଓ ଏହାପରେ ତାଙ୍କ ସହ କଣ ଘଟିଥିଲା ତାହା ସେ ଜାଣି ପାରି ନ ଥିଲେ । ପରିସ୍ରା ଲାଗିବାରୁ ଯେତେବେଳେ ତାଙ୍କ ନିଦ ଭାଙ୍ଗିଲା ସେତେବେଳେ ସେ ନିଜକୁ ଏକ କଫିନ ମଧ୍ୟରେ ପାଇଥିଲେ । ବହୁ କଷ୍ଟରେ ସେ ହାତରେ କଫିନକୁ ଭାଙ୍ଗି ସେଥିରୁ ବାହାରିଥିଲେ କିନ୍ତୁ ପରେ ଏହି ଘଟଣା ବିଷୟରେ ପୋଲିସକୁ କହିଥିଲେ ମଧ୍ୟ ପୋଲିସ ତାଙ୍କ କଥାକୁ ବିଶ୍ୱାସ କରୁନାହିଁ ।
Comments are closed.