ଭୋପାଳ: କୋଲାର ଜିଲ୍ଲାର ଦାନିଶକୁଞ୍ଜର ବାସିନ୍ଦା ଅଞ୍ଚଳ ଗୁପ୍ତା ନିଜ ଝିଅର ଜନ୍ମଦିନ ଖୁସି ଅବସରକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ସେ ଲୋକଙ୍କୁ ୫୦ ହଜାରଟି ଗୁପ୍ଚୁପ୍ ମାଗଣାରେ ଖାଇବାକୁ ଦେଇଛନ୍ତି । ସେଥିପାଇଁ ସେ ୧୦ଟି ଷ୍ଟଲ୍ ସ୍ଥାପନ କରିଥିଲେ । ଏହାସହିତ ସେଠାରେ ଯିବାଆସିବା କରୁଥିବା ସମସ୍ତ ଲୋକଙ୍କ ସହିତ ନିଜର ଖୁସି ବଣ୍ଟିବା ସହିତ ଗୁପ୍ଚୁପ୍ ଖାଇବାକୁ ଆମନ୍ତ୍ରଣ କରିଥିଲେ । ସେହି ସବୁ ଗୁପ୍ଚୁପ୍ ତିଆରି କରିବା ପାଇଁ ତାଙ୍କୁ ଦୁଇ ଦିନ ସମୟ ଲାଗିଥିଲା ବୋଲି ଅଞ୍ଚଳ କହିଛନ୍ତି । ଅଞ୍ଚଳ ପ୍ରାୟ ୧୪ ବର୍ଷ ହେବ ଗୁପ୍ଚୁପ୍ ବ୍ୟବସାୟ କରିଆସୁଛନ୍ତି । ଆଜିକାଲି ସମୟରେ ସମସ୍ତେ ନିଜ ଘରେ ପୁଅ ଚାହୁଁଛନ୍ତି । ଏମିତିରେ ଝିଅମାନଙ୍କ ସଂଖ୍ୟା କମିଯାଉଛି । କିନ୍ତୁ ଅଞ୍ଚଳଙ୍କ ଘରେ ଝିଅ ହେବା ପରେ ସେ ଦୁଃଖ ପ୍ରକାଶ ନକରି ଖୁସିରେ ସମସ୍ତଙ୍କୁ ମାଗଣାରେ ଗୁପ୍ଚୁପ୍ ଖୁଆଇଛନ୍ତି । ତାଙ୍କର ଏହି ମହାତ ଭାବନା ଦେଖି ସ୍ଥାନୀୟ ଲୋକ ବହୁତ ପ୍ରଶଂସା କରିଛନ୍ତି । ଏହିପରି କି ସ୍ଥାନୀୟ ବିଧାୟକ ରାମେଶ୍ୱର ଶର୍ମା ମଧ୍ୟ ତାଙ୍କର ପ୍ରଶଂସା କରିଛନ୍ତି । ଝିଅର ଜନ୍ମଦିନ ଅବସରରେ ଅଞ୍ଚଳ ବିଧାୟକ ରାମେଶ୍ୱରଙ୍କୁ ଆମନ୍ତ୍ରଣ କରିଥିଲେ ।
ଖବର ଅନୁସାରେ, ଗତମାସ ଅଗଷ୍ଟ ୧୭ରେ ଅଞ୍ଚଳଙ୍କ ଘରେ ଝିଅ ଜନ୍ମ ହୋଇଥିଲା । ସେ ଝିଅର ଜନ୍ମଦିନ କାଲି ପାଳନ କରିଥିଲେ । ବଞ୍ଜାରା, ବିମାକୁଞ୍ଜ, ନୟାପୁରା, ଳଳିତା ନଗର, ସର୍ବଧର୍ମ ଆଦି ସ୍ଥାନୀୟ ଅଞ୍ଚଳରୁ ବହୁ ଲୋକ ଗୁପ୍ଚୁପ୍ ଖାଇ ଆନନ୍ଦିତ ହୋଇଥିଲେ ।
Comments are closed.