ବସା ବାନ୍ଧୁନଥିବା ବୁଢିଆଣୀ

ସାଧାରଣତଃ ଆମେ ଆମ ଆଖପାଖରେ ବୁଢିଆଣିଗୁଡ଼ିକୁ ବସା ବାନ୍ଧିଥିବାର ଦେଖିବାକୁ ପାଉ । ହେଲେ ଏମିତି ଏକ ବୁଢ଼ିଆଣି ଅଛି, ଯିଏ କେବେବି ବସା ବାନ୍ଧେନାହିଁ । ହେଲେ ଏହା ଥରୁଟିଏ ଆକ୍ରମଣ କରିବା ପରେ ମଣିଷଙ୍କର ମୃତୁ୍ୟ ହେବାର ସମ୍ଭାବନା ରହିଥାଏ । ଏହି ବୁଢିଆଣିର ନାମ ହେଉଛି ବ୍ରାଜିଲିଆନ୍‌ ୱାଣ୍ଡରିଙ୍ଗ୍‌ ସ୍ପାଇଡର୍‌ ଏବଂ ଏହା ବିଶ୍ୱର ସବୁଠୁ ବିଷାକ୍ତ ବୁଢ଼ିଆଣୀ ମଧ୍ୟରେ ଅନ୍ୟତମ । ଏହି ସ୍ପାଇଡର୍‌କୁ ଆମïର୍ ସ୍ପାଇଡର୍‌ ଏବଂ ବାନାନା ସ୍ପାଇଡର୍‌ ନାମରେ ମଧ୍ୟ ଜଣାଯାଏ । ମଣିଷଙ୍କୁ ଏହା ଥରୁଟିଏ କାମୁଡ଼ିବା ମାତ୍ରକେ ଜୀବନ ଯିବାର ସମ୍ଭାବନା ଅଧିକ ଥାଏ । ଏହି ବୁଢିଆଣି କେବେ ବସା ବାନ୍ଧେ ନାହିଁ । ହେଲେ ରାତିରେ ଜଙ୍ଗଲରେ ମାଟି ଉପରେ ବୁଲିଥାଏ ଏବଂ ସିଧାସଳଖ ଆକ୍ରମଣ କରି ଶିକାରକୁ ମୃତୁ୍ୟମଖରେ ପକାଇଥାଏ । ଏହା ଅନ୍ୟ ବୁଢିଆଣିକୁ ଖାଇଥାଏ । ଏହାସହିତ ପୋକ, ଛୋଟ ଉଭୟଚର ଜୀବ, ସରିସୃପ, ମୂଷା ଆଦିକୁ ଖାଦ୍ୟ ରୂପେ ଖାଇଥାଏ । ମଣିଷଙ୍କୁ ଆକ୍ରମଣ କରିବା ମାତ୍ରକେ ପ୍ରାରମ୍ଭିକ ଲକ୍ଷଣ ଆକାରରେ କାମୁଡ଼ିବା ସ୍ଥାନରେ ଜୋର୍‌ରେ କଷ୍ଟ ହୋଇଥାଏ ଏବଂ ଚିକିତ୍ସାରେ ବିଳମ୍ବ କଲେ ପୀଡ଼ିତାଙ୍କ ମୃତୁ୍ୟ ହୋଇଥାଏ । ଏହା କାମୁଡ଼ିବା ଦ୍ୱାରା ପୀଡ଼ିତାଙ୍କ ଶରୀରରେ ନୁ୍ୟରୋଟକ୍ସିକ୍‌ ବିଷ ବ୍ୟାପିଯାଏ, ଯାହା ବିଶେଷକରି ପିଲାମାନଙ୍କ ପାଇଁ ଅତ୍ୟନ୍ତ ଘାତକ ବା ମାରାତ୍ମକ ସାବ୍ୟସ୍ତ ହୋଇଥାଏ । ହେଲେ ତୁରନ୍ତ ଚିକିତ୍ସା କରିବା ଦ୍ୱାରା କିମ୍ବା ଆଣ୍ଟିଭେନମ୍‌ ଦେବା ଦ୍ୱାରା ପୀଡ଼ିତାଙ୍କ ମୃତୁ୍ୟ ସମ୍ଭାବନାକୁ ଏଡ଼ାଇ ଦିଆଯାଇଥାଏ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି । ତେବେ ଗିନିଜ୍‌ ବିଶ୍ୱ ରେକର୍ଡ ତରଫରୁ ଏହି ସ୍ପାଇଡର୍‌କୁ ସବୁଠୁ ଅଧିକ ବିଷାକ୍ତ ତାଲିକାରେ ସ୍ଥାନ ଦିଆଯାଇଥିଲା । ହେଲେ ବର୍ତ୍ତମାନ ଏହି ତାଲିକାରେ ସିଡ୍‌ନୀର ଫନେଲ୍‌ େୱବ୍‌ ସ୍ପାଇଡର୍‌ ବା ଆଟ୍ରକ୍ସ ରୋବୁଷ୍ଟସ୍‌ ଶୀର୍ଷରେ ରହିଛି । ତେବେ ଏହି ବ୍ରାଜିଲିଆନ୍‌ ୱାଣ୍ଡରିଙ୍ଗ୍‌ ସ୍ପାଇଡର୍‌ର ମୋଟ ୯ଟି ପ୍ରଜାତି ରହିଛି । ଯେଉଁଥିରେ ସମସ୍ତେ ରାତ୍ରିଚର ଅଟନ୍ତି । ଏହା ସାଧାରଣତଃ ବ୍ରାଜିଲ୍‌ରେ ଦେଖିବାକୁ ମିଳନ୍ତି । ହେଲେ ୨୦୦୮ରେ ଆମେରିକାନ୍‌ ଆଣ୍ଟୋମୋଲଜିଷ୍ଟ୍‌ ଜର୍ଣ୍ଣଲ୍‌ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଏହାର କିଛି ପ୍ରଜାତି କୋଷ୍ଟା ରିକାରୁ ଆର୍ଜେଣ୍ଟିନା ପର୍ଯ୍ୟନ୍ତ ସମସ୍ତ ମଧ୍ୟ ଓ ଦକ୍ଷିଣ ଆମେରିକାରେ ଦେଖିବାକୁ ମିଳନ୍ତି ।

Comments are closed.