ମୟୁରଭଞ୍ଜ : ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବିରଳ ଦୃଶ୍ୟ I ଏକାଠି ବୁଲିଲେ ମହାବଳ ବାଘ ଓ କଳା ବାଘ । ଏହି ଦୃଶ୍ୟ ଟ୍ରାପ କ୍ୟାମେରାରେ କଏଦ ହୋଇଛି I ପ୍ରାୟତଃ ଏହି ୨ ବାଘ ଏକାଠି ହୁଅନ୍ତି ନାହିଁ I ତେଣୁ ଏହି ଦୃଶ୍ୟକୁ ବିରଳ କୁହାଯାଉଛି I ଏହି ଫୋଟୋକୁ ପିସିସିଏଫ୍ ସୁଶାନ୍ତ ନନ୍ଦ ତାଙ୍କ ସୋସିଆଲ ମିଡ଼ିଆ ‘ X ‘ ରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି , ଗୋଟେ ସାଧାରଣ ବାଘ ସହିତ ଏକ ମେଲାନିଷ୍ଟିକ ବାଘ ଏକା ସହିତ କାନ୍ଧକୁ କାନ୍ଧ ମିଶାଇ ଶିମିଳିପାଳରେ ବୁଲୁଥିବା ଦେଖିବାକୁ ମିଳିଛି।
ରାଜ୍ୟରେ କିଛି ଦିନ ପୂର୍ବରୁ ବାଘ ଗଣନା କରାଯାଇଥିଲା । ଆଉ ଶିମିଳିପାଳ ଜଙ୍ଗଲରେ କଳା ବାଘ ବୁଲୁଥିବାର ଏକ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଥିଲା । ଏବେ ଶିମିଳିପାଳ ଜଙ୍ଗଲରେ ଏକ ନୂଆ ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇ ପ୍ରଜାତିର ବାଘ , ମହାବଳ ବାଘ ଓ କଳା ବାଘ ଏକାଠି ସାଙ୍ଗ ହୋଇ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।