ଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ତୁର୍କୀରୁ ଇଟାଲୀକୁ ବେଆଇନ୍ ଭାବେ ଯାଉଥିବା କିଛି ପ୍ରବାସୀ ଲୋକଙ୍କର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓରେ ଜଣେ ବାପା ନିଜ ପୁଅକୁ ଆଲ୍ଲାଙ୍କ ନାମ ନେଇ ନୀଳ ଗଭୀର ସମୁଦ୍ର ମଝିରେ ପକାଇ ଦେଉଛି । ଏହି ହୃଦୟବିଦାରକ ଦୃଶ୍ୟ ଦେଖି ସାରା ଦେଶର ଲୋକ ପ୍ରତିକ୍ରିୟା କରିଛନ୍ତି । ଏହିପରିକି ସଂଯୁକ୍ତ ରାଷ୍ଟ୍ର ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି ଏହି ଭିଡିଓକୁ ରିଟ୍ୁଇଟ୍ କରିଛି ।
ଘଟଣା ଅନୁସାରେ, ତୁର୍କୀରେ ଶୀତଳ ଯୁଦ୍ଧ ଲାଗିଥିବାରୁ ସେଠିକାର ଲୋକେ ନିଜ ପରିବାର ସହିତ ଅନ୍ୟତ୍ର ପଳାୟନ କରୁଛନ୍ତି । ତୁର୍କୀର ଏକ ସହରରୁ ଇଟାଲୀକୁ ଯିବା ସକାଶେ ଦୀର୍ଘ ସମୁଦ୍ର ପଥରେ ଏକ ନୌକା ସାହାଯ୍ୟରେ କିଛି ଲୋକ ପଳାୟନ କରୁଥିଲେ । ହେଲେ ନୌକାରେ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ କି ପାନୀୟ ଜଳ ନଥିଲା । ଫଳରେ ସମୁଦ୍ର ମଝିରେ ଖାଦ୍ୟ , ପାଣି ଓ ଇନ୍ଧନ ଶେଷ ହୋଇଯାଇଥିଲା । ଲୋକ ଭୋକ , ଶୋଷ ମେଣ୍ଟାଇବାକୁ ସମୁୁଦ୍ର ପାଣି ପିଇଥିଲେ । ଯାହା ସେମାନଙ୍କ ଶରୀର ଉପରେ ବିଶେଷ ପ୍ରଭାବ ପଡ଼ିଥିଲା । କିଛିଙ୍କର ସ୍ୱାସ୍ଥ୍ୟ ଖରାପ ହୋଇ ଯିବା ସହିତ ସଂକ୍ରମଣ ହୋଇଥିଲା । ଏଥିରେ ୬ଜଣ ପ୍ରବାସୀଙ୍କର ନୌକାରେ ହିଁ ମୁତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଥିଲେ ୩ଜଣ ମହିଳା ଓ ୩ ଜଣ ଶିଶୁ ଥିଲେ ।
أب سوري يكفن ابنه بثيابه بعد وفاته بسبب العطش، ويلقي به في الماء ، بعد نفاد الوقود والغذاء في قارب الهجرة الى اوروبا! pic.twitter.com/AbvYCtgcJ4
— عمر مدنيه (@Omar_Madaniah) September 18, 2022
ଇଟାଲୀ ପହଞ୍ଚି ନିଜ ପରିବାର ଲୋକଙ୍କୁ କବର ଦେବାକୁ ଭାବି ମୃତଦେହଗୁଡିକୁ ନୌକାରେ ରଖିଥିଲେ । ହେଲେ କ୍ରମଶଃ ସେଥିରୁ ଦୁର୍ଗନ୍ଧ ବାହାରି ପଚିବାରୁ ଶବକୁ ମଝି ସମୁଦ୍ରରେ ପକାଇବାକୁ ବାଧ୍ୟ ହୋଇଥିଲେ । ନିଜ ଲୋକଙ୍କୁ ସମୁଦ୍ରରେ ପକାଇବା ଦୃଶ୍ୟ ଖୁବ୍ ହୃଦୟବିଦାରକ ଥିଲା । ସେହି ନୌକାରେ ଥିବା ଜଣେ ଅସହାୟ ପ୍ରବାସୀ ବାପା ଇଟାଲୀରେ ନିଜ ପୁଅର ଭବିଷ୍ୟତ ଗଢ଼ିବା ଆଶାରେ ଯାଉଥିବା ବେଳେ ସମୁଦ୍ର ମଝିରେ ପୁଅର ମୃତୁ୍ୟ ହୋଇଥିଲା । ତେବେ ପୁଅର ମୃତ ଶରୀର ପଚିବାରୁ , ତାହାକୁ ଏକ କପଡାରେ ଗୁଡାଇ ସମୁଦ୍ର ମଝିରେ ଫିଙ୍ଗି ଦେଇଥିଲେ ବାପା । ବ୍ୟକ୍ତି ଜଣକ ସିରିୟାର ମୂଳ ବାସିନ୍ଦା । ପୁଅକୁ ସମୁଦୟ ଜଳରାଶିରେ ଫିଙ୍ଗିବା ବେଳେ ସେ ଆଲ୍ଲାଙ୍କ ନାମ ନେଇଥିଲେ ଏବଂ ଆଖପାଖରେ ଥିବା ଅନ୍ୟ ପ୍ରବାସୀମାନେ ମଧ୍ୟ ଆଲ୍ଲା ହୁ ଅକ୍ବର ବୋଲି ଉଚ୍ଚରଣ କରିଥିଲେ । ଏହି ଭିଡିଓକୁ ଦେଖି ବହୁ ଲୋକଙ୍କ ଆଖିରୁ ଲୁହ ଝରି ଆସିଥିଲା । ଅନ୍ୟପକ୍ଷରେ, ସମୁଦ୍ର ମଝିରେ ସିରିୟାର ପ୍ରବାସୀ ଫଶି ରହିଥିବା ଖବର ପାଇ ଇଟାଲୀର ଏକ ଜାହାଜ ସେମାନଙ୍କୁ ଉଦ୍ଧାର କରିଥିଲେ ।
Comments are closed.