ସର୍ବସାଧାରଣ ସ୍ଥାନରେ ରାଗୁଥିବା ରାଜା ଚାର୍ଲସ୍‌ଙ୍କ ଏକ ଭିଡିଓ ଭାଇରାଲ୍‌

ଲଣ୍ଡନ: ବ୍ରିଟେନର ନୂଆ ରାଜା ଚାର୍ଲସ-୩ୟ ଜଣେ ବଦରାଗୀ ବ୍ୟକ୍ତି ଭାବେ ଜଣାଶୁଣା । ରାଜା ଭାବେ ଅଭିଷିକ୍ତ ହେବା ପରେ କେତେକ ସର୍ବସାଧାରଣ ସ୍ଥାନରେ ବି ସେ ବାରମ୍ବାର ବିରକ୍ତ ହେଉଥିବା ଦେଖାଯାଉଛି । ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଉତ୍ତର-ଆୟର୍ଲାଣ୍ଡ ଯାଇଥିବାବେଳେ ହିଲସବୋରୋ ମହଲରେ ଥିବା ସେ ଏକ ଫାଇଲରେ ଦସ୍ତଖତ କରୁଥିବାବେଳେ ତାଙ୍କ କଲମରୁ ସାହି ଝରି ହାତରେ ଲାଗିବାରୁ ରାଜା ଚାର୍ଲସ ରାଗିଯାଇଥିଲେ ।

ସର୍ବସାଧାରଣ ସ୍ଥାନରେ ରାଗୁଥିବା ରାଜା ଚାର୍ଲସ୍‌ଙ୍କ ଏକ ଭିଡିଓ ଭାଇରାଲ୍‌

ରାଗିଯାଇ ଓଃ ଗଡ୍‌ ! ଆଇ ହେଟ୍‌ ଦିସ୍‌ ପେନ ( ମୁଁ ଏହି କଲମକୁ ଘୃଣା କରେ ) ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଆଇ କ୍ୟାନ ନଟ୍‌ ବିଅର ଦିସ ବ୍ଲଡି ଥିଙ୍ଗ୍‌ ( ମୁଁ ଏହି ଖରାପ ଚିଜକୁ ସହ୍ୟ କରିପାରୁନି) । ଏହି ଅବସରରେ ତାଙ୍କ ପତ୍ନୀ କାମିଲା ମଧ୍ୟ ଥିଲେ ।

ସର୍ବସାଧାରଣ ସ୍ଥାନରେ ରାଗୁଥିବା ରାଜା ଚାର୍ଲସ୍‌ଙ୍କ ଏକ ଭିଡିଓ ଭାଇରାଲ୍‌
କିଛି ଦିନ ପୂର୍ବେ ତାଙ୍କ ରାଜା ଭାବେ ଘୋଷଣା କରିବାକୁ ଉଦ୍ଦିଷ୍ଟ ପ୍ରୋକ୍ଲେମେସନ ସେରିମନି ଅବସରରେ ବି ସେ ଏକ ସାମାନ୍ୟ କଥା ପାଇଁ ରାଗିଯାଇଥିଲେ । ଏକ ଫାଇଲରେ ଦସ୍ତଖତ କରିବା ବେଳେ ଏକ ପେନ ଷ୍ଟାଣ୍ଡ୍‌ ତାଙ୍କ ହାତକୁ ଅଡ଼ୁଆ ସୃଷ୍ଟି କରୁଥିବାବେଳେ ସେ ରାଗିଯାଇ ଦାନ୍ତ କାମୁଡ଼ିଥିଲେ ।
ରାଜମହଲର ଜଣେ ପୂର୍ବତନ କର୍ମଚାରୀ କହିଛନ୍ତି ଯେ, ରାଜା ଚାର୍ଲସ ଜଣେ ଭଲ ମଣିଷ, କି;ୁ ଟିକିଏ ବଦରାଗୀ ।

Comments are closed.