ଜଟଣୀ : ଖୋର୍ଦ୍ଧା ଜଟଣୀ ବଜାରରେ ବିଭତ୍ସ ହତ୍ୟାକାଣ୍ଡ । ଘରୁ ଡ଼ାକିନେଇ ଯୁବକଙ୍କୁ ହାଣିଦେଲେ ଦୁର୍ବୁତ୍ତ । ଗତ ବିଳମ୍ବିତ ରାତିରେ ଖୋର୍ଦ୍ଧା ଜଟଣୀ ଥାନା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଘଟିଛି ହତ୍ୟାକାଣ୍ଡ । ମୃତ ଯୁବକ ହେଲେ ବିକାଶନଗରର ମାନସ ଦଳେଇ । ପୂର୍ବରୁ ତାଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା । ନିଶା କାରବାର ଓ ଜମି ଜବରଦଖଲକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ଘଟନାନୁସାରେ, ଗତକାଲି ବିଳମ୍ବିତ ରାତିରେ ମାନସ ଦଳାଇଙ୍କୁ କେହି ଜଣେ ଫୋନ କରି ଘରୁ ଡାକି ଆଣିଥିଲା । ଏହାପରେ ଜଟଣୀ ଥାନା ଷଣ୍ଢପୁର ଛକରେ ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।ଏହି ହତ୍ୟାକାଣ୍ଡ ପଛରେ ନିଶା କାରବାର ଓ ଜମି ଜବରଦଖଲ ଥିବା ନେଇ ସନ୍ଦେହ କରାଯାଉଛି । ମୃତ ମାନସଙ୍କ ନାମରେ ଅନେକ ମାମଲା ରହିଥିବା ବେଳେ ହତ୍ୟା ପଛରେ କାହାର ରହିଛି ସଂପୃକ୍ତ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।
