ନୂଆଦିଲ୍ଳୀ: ଜୁନ ୧୦: ପାକିସ୍ତାନୀ ସାଂସଦ ତଥା ଟିଭି ହୋଷ୍ଟ ଆମିର ଲିୟାକତ ହୁସେନ୍ଙ୍କ ଦେହାନ୍ତ ହୋଇଛି । ଆମିର ଲିଆକୁତଙ୍କ ମୃତ୍ୟୁ ବେଳେ ତାଙ୍କୁ ୪୯ ବର୍ଷ ହୋଇଥିଲା । ତାଙ୍କ ଘରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା । ଯାହା ପରେ ତାଙ୍କୁ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେତେବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ଖବର ଅନୁଯାୟୀ ବୁଧବାର ରାତିରେ ଆମିରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ ଖରାପ ହୋଇଯାଇଥିଲା । କି;ୁ ସେ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ । ଏନେଇ ତାଙ୍କ କର୍ମଚାରୀ କହିଛନ୍ତି ଯେ ଗୁରୁବାର ସକାଳେ ଆମିରଙ୍କ ରୁମରୁ ଏକ ଚିତ୍କାର ଶୁଣାଯାଇଥିଲା । ଏହା ଶୁଣି ଆମିରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ରୁମର କବାଟ ଭାଙ୍ଗିଥିଲେ । ପରେ ତାଙ୍କୁ ତୁରନ୍ତ ସିଭିଲ ହସ୍ପିଟାଲକୁ ପଠାଯାଥିଲା । କି;ୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ।
Comments are closed.