ଆପ ହାତେଇଲା MCD,ଝାଡୁ ମାରି ସଫା କଲା ପଦ୍ମ

ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନରେ ‘ଆପ’କୁ ମିଳିଛି ବହୁମତ I ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ୍) ସହିତ ଜାତୀୟ ଦଳ ବିଜେପି ର କଡା ଟକ୍କର ହୋଇଥିଲା I ଗତ ଡିସେମ୍ବର ୪ ତାରିଖରେ ଦିଲ୍ଲୀ ମହାନଗର ନିଗମ ପାଇଁ ସମୁଦାୟ ୨୫୦ ଓ୍ୱାର୍ଡ ପାଇଁ ହୋଇଥିବା ନିର୍ବାଚନ I ଆଜି ସକାଳ ୮ ଟାରୁ ଗଣତି ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଗଣତି ଜାରି ରହିଛି I ପ୍ରାରମ୍ଭିକ ପର୍ଯାୟରେ ବିଜେପି ଆଗରେ ରହିଥିବା ବେଳେ ଗଣତି ଶେଷକୁ ଆପ ବାଜି ମାରି ନେଇଛି ।

ଦିଲ୍ଲୀ ଏମସିଡି ନିର୍ବାଚନର ଭୋଟ ଗଣନା ପାଇଁ ନିର୍ବାଚନ ଆୟୋଗ ମୋଟ ୪୨ଟି ଭୋଟ ଗଣନା କେନ୍ଦ୍ର ହୋଇଥିଲା । ଭୋଟ ଗଣନା ଲାଗି ୬୮ଜଣ ନିର୍ବାଚନ ପର୍ଯ୍ୟବେକ୍ଷକ ମୁତୟନ ହୋଇଥିବା ବେଳେ ରିଟର୍ଣ୍ଣିଂ ଅଫିସରମାନଙ୍କ ଦ୍ୱାରା ପ୍ରାର୍ଥୀ ଅଥବା ସେମାନଙ୍କ ପ୍ରତିନିଧିଙ୍କ ଆଗରେ ଭୋଟ ଗଣନା କରାଯାଇଥିଲା।

ଚଳିତ ନିର୍ବାଚନରେ ୨୫୦ ୱାର୍ଡରେ ୧୩୪୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ। ଗତ ୧୫ ବର୍ଷ ହେଲା ଦିଲ୍ଲୀ ଏମସିଡିକୁ ବିଜେପି ନିଜ ନିୟନ୍ତ୍ରଣରେ ରଖିଥିଲା। ତେବେ ବୁଧବାର ଭୋଟ ଗଣନା ପରେ ଆପ ଆଗରାଣି ଥିବା ଜଣା ପଡିଛି I ମୋଟ ୨୫୦ ଟି ଆସନ ମଧ୍ୟରୁ,ସଂଖ୍ୟା ଗରିଷ୍ଠତା ପାଇଁ ୧୨୬ ଟି ଆସନ ଦରକାର ଥିଲା I ତେବେ ଅରବିନ୍ଦ କେଜରିୱାଲଙ୍କ ଦଳ ୧୩୪ ଟି ଆସନ ଜିତି ମେୟର ଆସନକୁ ହାତେଇ ନେଇଛି I ଅନ୍ୟପଟେ ବିଜେପି ୧୦୪ ଟି ଆସନରେ ଜିତିଥିବା ବେଳେ କଂଗ୍ରେସ କୁ ମାତ୍ର ୯ ଟି ଓ ସ୍ୱାଧୀନ ପ୍ରାର୍ଥୀମାନେ ୩ଟି ୱାର୍ଡରେ ବିଜୟୀ ହୋଇଛନ୍ତି।

ଆପ ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଶକୁର ବସ୍ତିରେ ବିଜେପି ପ୍ରାର୍ଥୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ତେବେ ଏଠାରେ ଆପ୍‌କୁ ନିରାଶ ହେବାକୁ ପଡିଛି। ସେହିପରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ନିର୍ବାଚନ ମଣ୍ଡଳିର ୪ଟି ୱାର୍ଡରୁ ବିଜେପି ୩ଟିରେ ବିଜୟୀ ହୋଇଥିବା ବେଳେ ଆପକୁ ଗୋଟିଏ ଆସନ ମିଳିଛି। ସେହିପରି ବିଜେପି ପ୍ରଦେଶ ସଭାପତି ଆଦେଶ ଗୁପ୍ତାଙ୍କ ଅଞ୍ଚଳରେ ବିଜେପିକୁ ଗୋଟିଏ ବି ଆସନ ମିଳି ନାହିଁ

ସେପଟେ, ‘ଆପ୍‌’ ନେତା ମନୀଷ ସିସୋଦିଆ ଏବଂ ରାଘବ ଚଢ଼ା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ‘ଆପ୍‌’ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବାସଭବନରେ ଆୟୋଜିତ ବୈଠକରେ ଯୋଗ ଦେବାକୁ ଯାଇଛନ୍ତି। ସେମାନଙ୍କ ସହିତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ଯୋଗ ଦେଇଛନ୍ତି। ସକାଳେ ଦିଲ୍ଲୀରେ ପହଞ୍ଚି ଗଣମାଧ୍ୟମକୁ ମାନ୍‌ କହିଛନ୍ତି, ‘ଆପ୍‌’ ଦିଲ୍ଲୀରେ ଦୀର୍ଘ ୧୫ ବର୍ଷର କଂଗ୍ରେସ ଶାସନର ମୂଳୋତ୍ପାଟନ କରିଛି। ଏଥର ଦିଲ୍ଲୀ ନଗର ନିଗମରେ ‘ବିଜେପି’ର ଦୀର୍ଘ ୧୫ ବ‌ର୍ଷର ଶାସନର ମୂଳୋତ୍ପାଟନ କରିବ।

Comments are closed.