ପଞ୍ଜାବରେ ଆପ୍‌ କି ସରକାର: ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ଚନୀ

ନୂଆଦିଲ୍ଲୀ: ମାର୍ଚ୍ଚ ୧୦: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସପକ୍ଷରେ ଅଧିକ ଭୋଟ୍‌ ଯାଉଥିବା ଖବର ମିଳିଛି । ଆପ୍‌ ପଞ୍ଜାବରେ କ୍ଷମତାସୀନ ହେବାକୁ ଯାଉଛି । ଦିଲ୍ଲୀ ପରେ ଏହା ହେଉଛି ଆପ୍‌ ନିୟନ୍ତ୍ରଣକୁ ଆସୁଥିବା ଦ୍ୱିତୀୟ ରାଜ୍ୟ । ଏହି ଅବସରରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଚରଣଜିତ୍‌ ସିଂହ ଚନୀ ଚଣ୍ଡୀଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି । ବିଶେଷସୂତ୍ର ଅନୁସାରେ, ସେ ଅବିଳମ୍ବେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦାଖଲ କରିପାରନ୍ତି ।

ପଞ୍ଜାବର ୧୧୭ଟି ଆସନ ବିଶିଷ୍ଟ ବିଧାନସଭାରେ ଆପ୍‌ ଦଳ ୮୯ଟି ଆସନରେ ଅଗ୍ରଣୀ ଥିବା ବେଳେ କଂଗ୍ରେସ ୧୪ଟି, ଅକାଳୀ ୧୦, ବିଜେପି ୩ ଓ ଅନ୍ୟାନ୍ୟ ୧ଟି ଆସନରେ ଅଗ୍ରଣୀ ରହିଛନ୍ତି ।

ପଞ୍ଜାବରେ ଆପ୍‌ ପ୍ରଚାର ଦାୟିତ୍ୱ ତୁଲାଇ ଥିବା ରାଘବ ଚଢ଼ା କହିଛନ୍ତି, ଦିଲ୍ଲୀରେ ଆପ୍‌ ସରକାରଙ୍କ ଶାସନ ଢାଞ୍ଚା ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛି । ଆପ୍‌ର ବିପୁଳ ବିଜୟ ଦଳକୁ ସୁଦୃଢ଼ କରିବା ସହ ଆଗାମୀ ୨ ବର୍ଷ ପରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ବିଜେପି-ବିରୋଧୀ ମେଣ୍ଟର ନେତା ଭାବେ ପ୍ରତିପାଦନ କରିବ ।

Comments are closed.